ଈଶ୍ବରଙ୍କ ଇସାରା
ଈଶ୍ବରଙ୍କ ଇସାରା
ନିତି ଆସୁ ଝରକାକୁ ଡେଇଁ
ଛୋଟ ଛୋଟ ଡେଣାକୁ ମେଲେଇ
ନିଃଶବ୍ଦ ଖରାବେଳ ଶବ୍ଦଟିଏ
କରୁ ମଧୁର ସ୍ବରଟିଏ ଦେଇ।
କିଛି ତ ନିଶ୍ଚୟ କହୁ ତୁ
ସ୍ନେହବୋଳା ଡୋଳାକୁ ନଚେଇ
ନିରୋଳାରେ ଆସୁ ସତେ
ତୋ ପକ୍ଷୀ ମେଳ ଏଡାଇ।
ସୂକ୍ଷ୍ମ ଦୃଷ୍ଟିରେ ଲେଖି ବସେ
ସଂସାରର ମର୍ମ ଅର୍ଥକୁ ବୁଝେଇ
ଅସ୍ପଷ୍ଟ ଭାଷାଟିରେ
ଜୀବନର ପରିଭାଷା ଦର୍ଶେଇ।
ନିର୍ବୋଧ କି ବୁଝିପାରେ ଇସାରା
ଈଶ୍ବର କରନ୍ତି କାହା ମାଧ୍ୟମ ଦେଇ।