STORYMIRROR

Jyotsna Acharya

Abstract Inspirational Others

4  

Jyotsna Acharya

Abstract Inspirational Others

ଈଶ୍ବରଙ୍କ ଇସାରା

ଈଶ୍ବରଙ୍କ ଇସାରା

1 min
421

ନିତି ଆସୁ ଝରକାକୁ ଡେଇଁ

ଛୋଟ ଛୋଟ ଡେଣାକୁ ମେଲେଇ

ନିଃଶବ୍ଦ ଖରାବେଳ ଶବ୍ଦଟିଏ

କରୁ ମଧୁର ସ୍ବରଟିଏ ଦେଇ।

କିଛି ତ ନିଶ୍ଚୟ କହୁ ତୁ

ସ୍ନେହବୋଳା ଡୋଳାକୁ ନଚେଇ

ନିରୋଳାରେ ଆସୁ ସତେ

ତୋ ପକ୍ଷୀ ମେଳ ଏଡାଇ।

ସୂକ୍ଷ୍ମ ଦୃଷ୍ଟିରେ ଲେଖି ବସେ

ସଂସାରର ମର୍ମ ଅର୍ଥକୁ ବୁଝେଇ

ଅସ୍ପଷ୍ଟ ଭାଷାଟିରେ

ଜୀବନର ପରିଭାଷା ଦର୍ଶେଇ।

ନିର୍ବୋଧ କି ବୁଝିପାରେ ଇସାରା

ଈଶ୍ବର କରନ୍ତି କାହା ମାଧ୍ୟମ ଦେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract