STORYMIRROR

SOUDAGAR BISWAL

Children

4  

SOUDAGAR BISWAL

Children

ଯାଦୁ

ଯାଦୁ

1 min
279

ତୋର ସୁକୋମଳ କୋଳ ର ଝୁଲଣା

ପ୍ରସାରିତ ଯେବେ ହୁଏ 

ଅଝଟ ନକରି ଶୋଇଯାଏ ମୁହିଁ

କି ଯାଦୁ ତହିଁରେ ଥାଏ?


ସୁସ୍ବାଦୁ ବ୍ୟଞ୍ଜନ ଯିଏ ଯେତେ ଦେଉ

ଅରୁଚି ଲାଗଇ ମତେ

ତୋ ହାତେ ଖୁଆଇ ଦେଉ ଯେବେ ତୁହି

ଖାଇଦିଏ ମୁହିଁ ପ୍ରୀତେ।।


ଡାକିଦେଲେ କେହି ମୋ'ର ନାମ ନେଇ

ହୁଏତ ଶୁଣି ନଶୁଣେ

ତୁ ଡାକି ଦେଲେ କୁନା ବୋଲି ଥରେ

ତରଙ୍ଗ ଖେଳଇ ମନେ।।


ନାନାବାୟା ଗୀତ ତୋର ଓଠ ତଳୁ

ଶ୍ରବଣେ ଶୁଣେ ଆନନ୍ଦେ

ଓହ୍ଲାଇ ଆସଇ ଜହ୍ନମାମୁଁ ମହୀ

ଖେଳ ଖେଳଣା କୁ ନିନ୍ଦେ।।


ବାପା ମାଡ଼ ଆଗେ ପିଠି ତୋ ପତାଉ

ମତେ କଷ୍ଟ ହୁଏ ବୋଲି

କି ଯାଦୁ ଜାଣିଛୁ ତତେ କାଟେ ନାହିଁ

ହସି ଦେଉ ଖିଲି ଖିଲି।।


ଶିଖାଇ ଦେଉ ତୁ ଯେତେ ସବୁ ଶିକ୍ଷା

କି ଯାଦୁ ଭରିଛି ତହିଁ

ଜୀବନ ଗଢଇ ସରସ ସୁନ୍ଦର

ମଲାଯାଏ ଥାଏ ରହି।।


ଧନ୍ୟବାଦ ଦେବି ସେ ଭଗବାନ ଙ୍କୁ

 ବୋଉ କୁ ଗଢ଼ିବା ପାଇଁ 

ତା'ର ଅଙ୍ଗେ ଅଙ୍ଗେ ଭରି ଦେଇ ଯାଦୁ

କୃତାର୍ଥ କଲ ଗୋସାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children