STORYMIRROR

SOUDAGAR BISWAL

Inspirational

4  

SOUDAGAR BISWAL

Inspirational

ଟଙ୍କା

ଟଙ୍କା

1 min
321

ହୃଦୟ ନଗର ଅଶାନ୍ତ ଅସାର

ଟଙ୍କା ନାହିଁ ଯେବେ ପାଶେ

ଲାଳସା ମନ ର ସମ୍ବରଣ ପାଇଁ

କିଏବା ନ ରହେ ଆଶେ।।


ଟଙ୍କା ଅଟେ ଯେହ୍ନେ ଲକ୍ଷ୍ମୀ ଠାକୁରାଣୀ

ସାନିଧ୍ୟ ଖୋଜନ୍ତି ସର୍ବେ

ସିନ୍ଧୁ ସୂତା ପାଇ କାଗଜ ଭିତରେ

ପାଦ ନାଚି ଯାଏ ଗର୍ବେ।।


ସଭିଏଁ ହୁଅନ୍ତି ମତ୍ତାନ୍ଧ ମଦାନ୍ଧ

ଉନ୍ମତ୍ତ ଧନ ସକାଶେ

ଯହିଁ ଥାଏ ଜାଣ ପ୍ରବଳ ପ୍ରାଚୁର୍ଯ୍ୟ

ଥାଏ କି ସିଏ ହରଷେ।।


ଶାନ୍ତି ପାଇବାକୁ ଟଙ୍କା ଲୋଡୁଥାଏ

ଶାନ୍ତି ହରେ ଟଙ୍କା ପାଇଁ

ଟଙ୍କା କିଣେ ସିନା ସୁକୋମଳ ଶେଯ

ନିଦ କି କିଣି ପାରଇ ?


ସୁସ୍ବାଦୁ ବ୍ୟଞ୍ଜନ କିଣି ପାରେ ସିନା

ଭୋକ କୁ କି କିଣି ପାରେ ?

ଟଙ୍କା ଟଙ୍କା ହୋଇ ଲୋଭରେ ମନୁଷ୍ୟ

ଅକାଳରେ ଝୁରି ମରେ।।


ଟଙ୍କା ପଇସା ରେ ସବୁ କିଣି ହୁଏ

ସ୍ନେହ କୁ କେ କିଣି ପାରେ ?

ଏତିକି ଯେ ଦିନ ବୁଝିବେ ସରବେ

ଶାନ୍ତି ଥିବ ମର୍ତ୍ତ୍ୟ ରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational