STORYMIRROR

SOUDAGAR BISWAL

Romance

3  

SOUDAGAR BISWAL

Romance

ପ୍ରେମ

ପ୍ରେମ

1 min
192

ନିୟତି ପ୍ରଦତ୍ତ ହୃଦୟରେ ପ୍ରେମ

କେବେ କାହା ସାଥେ ହୁଏ

ଜୀବନେ ଅମଡ଼ା ବାଟ ନୂଆ କରି

ମାଡିବାକୁ ପଡ଼ିଥାଏ।। 


ହୃଦୟରେ ଥରେ ପ୍ରେମ ବସା ହେଲେ

ଭାଙ୍ଗି ପାରେ ନାହିଁ କେହି

ପ୍ରିୟ ଓ ପ୍ରେୟସୀ ଦୁହେଁ ଦୁହିଁଙ୍କଠୁ

ଭିନ୍ନାଭିନ୍ନ କିଛି ନାହିଁ।।


ଜଣଙ୍କ ଓଠରେ ଆଉ ଜଣେ ହସେ

ଲୁହ ଢାଳେ ଦୁଃଖ ବେଳେ

ପାଦ ଚିହ୍ନ ପରେ ପାଦ ଥାପି ଥାପି

ସାତ ଜନ୍ମ ଚାଲି ପାରେ।।


ସଂସାର ପଥରେ ଉଚ୍ଚ ଖାଲ ଦେଖି

ଟଳମଳ ପାଦ ହେଲେ

ସଂଭାଳି ନିଅନ୍ତି ବିଶ୍ବାସ ବଳରେ

ପ୍ରେମର ଏକ ଶକ୍ତି ଭଲେ।।


ଏହି ପ୍ରେମ ପବିତ୍ରତାର ସହିତ

ହୃଦୟରେ ଜାଗା ଦିଅ

ପ୍ରେମେ ସ୍ବାର୍ଥ ଭାବ ରଖ ନାହିଁ କେବେ

ଏ ସଂସାର ପ୍ରେମ ମୟ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance