STORYMIRROR

Dambarudhar Dash

Romance

4  

Dambarudhar Dash

Romance

ଜୀବନ ସାଥୀ

ଜୀବନ ସାଥୀ

1 min
189

ମୋହରି ହିତେ ତୁମରି ଜାତ

ସୁଖ ଦୁଃଖରେ ନଛାଡ ହାତ

ସଦା ଥାଅ ମୋ ପାଶେ

ଜନମ ଜନମ ବନ୍ଧନ ଆମ ନୁହେଁ ମାସେ କି ବର୍ଷେ।


ଯେବେ ରହିଲ ସାଥିରେ ମୋର

ବାନ୍ଧି ମୋଠାରେ ସ୍ନେହର ଡୋର

ଛାଡି ପାରୁନି ସତେ

ସବୁଠୁ ବେଶି ଭରଷା କରେ ଧୋକା ଦେବନି ମୋତେ ।


କେହି ନୁହନ୍ତି ତୁମରି ସମ

ସର୍ବଦା ମୋତେ ଦେଇଛ ପ୍ରେମ

ଖୋଜିଛି ମୁହିଁ ଯେବେ

ବନ୍ଧନ ଆମ ଅମର ପ୍ରେମ ତୁଟିବ ନାହିଁ କେବେ ।


ତୁମ ପରିକା ସାଥୀ ଗୋଟିଏ

ଧନ୍ୟ ତା' ପ୍ରାଣ ପାଇଛି ଯିଏ

ତୁମେ ପ୍ରାଣ ମୁଁ ଦେହ

ସୁଖରେ ହସ ବାଣ୍ଟୁଛ ନିତି ଦୁଃଖେ ପୋଛୁଛ ଲୁହ ।


ମୋର ଜୀବନ ମରୁବାଲିରେ

ତୁମ ପରଶେ ଅମୃତ ଝରେ

ପ୍ରାଣ ଉଠଇ ଚେତି

ହସି ଉଠଇ ଜୀବନ ମୋର ପାଇ ତୁମର ପ୍ରୀତି ।


ତୁମକୁ ପାଇ ପାଖରେ ମୋର

ସଂସାରଟାକୁ କରିଛି ପର

ଧରି ତୁମର ହାତ

ଏହି ଜୀବନେ ତୁମେ ହିଁ ଏକା ମୋର ମନର ମିତ ।


ଯେତିକି ପ୍ରେମ ଦେଇଛ ମୋତେ

ସମୟ ନାହିଁ କହିବି କେତେ

ନାହିଁ ତାହାର ସୀମା

ମନରେ ମୋର ରହିବ ସଦା ଭୁଲିବି ନାହିଁ ଜମା ।


ହୃଦୟେ ମୋର କରିଛ ଘର

କେମିତି କୁହ କରିବି ପର

କିବା ଦିନ କି ରାତି

ସର୍ବଦା ମୋର ପାଖରେ ଥିବ ହୋଇ ଜୀବନ ସାଥୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance