STORYMIRROR

Dambarudhar Dash

Inspirational

4  

Dambarudhar Dash

Inspirational

ଓଡ଼ିଶାର ପାହାଡ ପର୍ବତ

ଓଡ଼ିଶାର ପାହାଡ ପର୍ବତ

1 min
368

ପ୍ରକୃତି ରାଣୀର     ଅପରୂପ ଶୋଭା 

      ଦିବ୍ୟ ମନୋହର କାନ୍ତି

କେତେ ନଦନଦୀ    ପାହାଡ଼ ପର୍ବତ 

      ଓଡ଼ିଶାରେ ବିରାଜନ୍ତି ।।୧।।

କିଣି ନେଇଯାଏ     ସବୁରି ମନକୁ 

      ନେତ୍ରେ ଦେଖିଦେଲେ ଥରେ

ପୁନଃ ଦରଶନ      ଖୋଜଇ ନୟନ 

      ନିତି ପ୍ରତି ମନ ଝୁରେ ।।୨।।

ପ୍ରକୃତି ରାଣୀର      ଶିରେ ଦେଓମାଳି 

       ଗିରିଶୃଙ୍ଗ ଶୋଭା ପାଏ 

ବନ୍ୟ ଜୀବଜନ୍ତୁ      ଚୂନ ବକ୍ସାଇଟି 

      ତା ପାଖରୁ ମିଳିଥାଏ ।।୩।।

ମହେନ୍ଦ୍ର ପର୍ବତ      ପୁରାଣେ ବର୍ଣ୍ଣିତ 

       ରହିଅଛି ଏବେ ସାକ୍ଷ

ଶତ ପ୍ରଜାତିର       ଫୁଲେ ପରିପୂର୍ଣ୍ଣ 

      ଆବର ଔଷଧ ବୃକ୍ଷ ।।୪।।

ଧଉଳି ପାହାଡ       ବୋହିଛି ସ୍ୱାକ୍ଷର 

       ସମ୍ରାଟ ଅଶୋକଙ୍କର

ବୌଦ୍ଧ କୀର୍ତ୍ତି ସାଥେ    ଅଟେ ନିଦର୍ଶନ 

      କଳିଙ୍ଗ ସୁ-ଶାସନର ।।୫।।

ଖଣ୍ଡଗିରି ସାଥେ       ଉଦୟ ଗିରିରେ 

       ଖାରବେଳଙ୍କର କୀର୍ତ୍ତି

ହାତୀ ରାଣୀ ପରି      ଅଛି କେତେ ଗୁମ୍ଫା 

       ଅଛି ପୁଣି ଜୈନ ମୂର୍ତ୍ତି ।।୬।।

ରତ୍ନଗିରି ସାଥେ       ଲାଙ୍ଗୁଡି ପାହାଡ 

        ତା ସାଥେ ଲଳିତ ଗିରି

 ବୌଦ୍ଧ ସ୍ତୁପ ସାଥେ     ଉପାସନା ଗୃହ 

        ପୁଣି ମୂର୍ତ୍ତି ଅଛି ପୂରି ।।୭।।

ଶିମିଳିପାଳ ଯେ      କେଡ଼େ ମନୋହର 

        ଜାତୀୟ ଉଦ୍ୟାନ ଅଟେ

ଯାହାର ସନ୍ତାନ      ଖଇରୀ ବାଘୁଣୀ 

        ରହିଛି ମାନସ ପଟେ ।।୮।।

କପିଳାସେ ଦେବ     ଦେବ ମହାଦେବ 

         ଶଙ୍କର ଚନ୍ଦ୍ର ଶେଖର

ତେରଶ ବାଉନ      ପାହାଚ ଚଢିଲେ 

     ସଂସାରୁ କରେ ଉଦ୍ଧାର ।।୯।।

ସୀତାବିଞ୍ଜ ଠାରେ      ଲବକୁଶଙ୍କର 

          ରହିଛି ଏନ୍ତୁଡ଼ିଶାଳ

ରାବଣ ଛାୟାକୁ       ଦେଖିବା ପାଇଁକି 

      ଲୋକେ ହେଉଥାନ୍ତି ମେଳ ।।୧୦।।

ଗୋନାଶିକା ଠାରେ     ଗାଈର ନାକରୁ 

         ଅବିରତ ଝରେ ପାଣି

ମୁକତିର ମାର୍ଗ        ଗୁପ୍ତଗଙ୍ଗା ରୂପେ 

      ପୁଣ୍ୟତୋୟା ବୈତରଣୀ ।।୧୧।।

ଗନ୍ଧମାର୍ଦ୍ଦନକୁ         ମାଙ୍କଡ ନଚା ଯେ 

         ବାଦାମପାହାଡ ପୁଣି

ମହାପରବତ         ଠାକୁରାଣୀ ଠାରେ 

      ରହିଅଛି ଲୁହା ଖଣି ।।୧୨।।

ଏ ଓଡ଼ିଶା ମାଟି        ଅଟଇଟି ସଦା 

          ପ୍ରକୃତିର ଗନ୍ତାଘର

ଏ ଯେ ସ୍ୱାର୍ଥପର       କୃତଘ୍ନ ମଣିଷ

         ଲୁଟୁଛି ତାର ଶରୀର ।।୧୩।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational