Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Dash

Tragedy

3  

Dambarudhar Dash

Tragedy

ଧୋକା

ଧୋକା

1 min
280


               (ରାଗ - ରାମକେରୀ)


       ଏତେ ବଡ଼ ଏଇ ସଂସାରେ କିମ୍ପା ଲାଗଇ ଏକା

       ପ୍ରେମ ବଦଳରେ ମୋପାଇଁ ରଖିଥିଲ କି ଧୋକା ।

       ହସ ଖୁସି ଭରା ସଂସାରେ ପ୍ରାଣ ଲାଗୁଛି ବୃଥା

       ଶାନ୍ତି ଟିକେ ପାଇଁ ଖୋଜୁଛି ଆଜି ମୁଁ ନିରବତା ।

       ଭାବେ ବେଳେବେଳେ ଯାଅାନ୍ତି ଏଇ ଦୁନିଆଁ ଛାଡ଼ି

       ନିଜ ଆଖି ଲୁହ ସରିତେ ନିଜେ ଯାଉଛି ବୁଡି ।

       କେଉଁ ଦୋଷ ପାଇଁଁ ଛଡ଼ାଇ ନେଲ ଓଠରୁ ଖୁସି

       ଡରେ ତୁମଛବି ହୃଦୟୁ ଲୁହେ ଯିବକି ଭାସି ।           ସାଇତି ଥିଲି ମୁଁ ହୃଦୟେ ସାରାଜୀବନ ପାଇଁ

       ହୃଦୟ ଭାଙ୍ଗିଣ ଜୀବନ କାଢ଼ିନେଲ କିମ୍ପାଇଁ ।           ହୋଇପାରିଲିନି ତୁମର ନିଜ ଜୀବନ ଦେଇ

       ଭାବିଲି ସାଥୀରେ ଜିଇଁବି ତୁମେ ଦେଲ ଦୂରେଇ ।

       ନିଦ ହଜିଯାଏ ଆଖିରୁ ଝୁରେ ତୁମକୁ ମନ

       ପଲକ ପଡେନି ଆଖିରେ ଦେଖେ ତୁମ ସପନ ।

       ଆଖିଆଗେ କିଏ ହସିଲେ ଦେହ ଯାଏ ମୋ ଜଳି

       ଭଲକଥା କିଏ କହିଲେ ଲାଗେ ଥଟ୍ଟା ଓ ଗାଳି ।

       ଜୀବନେ ତୁମଠୁ ଚାହିଁଲି ମାତ୍ରଟିକିଏ ଖୁସୀ

      ଖୁସୀ ବଦଳରେ ସଂସାରେ ମୋତେ କରିଲ ଦୋଷୀ       ପ୍ରେମ କରିଥିଲି ତୁମକୁ ଜମା ଛଳନା ନୁହଁ

      ମୋତେ ଧୋକା ଦିଅ ସତେକି ତୁମ ନାହିଁ ହୃଦୟ ।

      ବାଧ୍ୟମୁଁ କରୁନି ତୁମକୁ ଭଲ ପାଇବା ପାଇଁ

      ମୋତେ ଭୁଲି ସୁଖେ ରହିବ ବୁଲି ଚାହିଁବ ନାହିଁ ।

      ଖୁସିରେ ସଂସାର କରିବ ଆଉ ହେବନି ଦେଖା

      ଭାବିନେବି ଏଇ ଜୀବନେ ପ୍ରେମ ହେଇନି ଲେଖା ।



Rate this content
Log in

Similar oriya poem from Tragedy