Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Dash

Inspirational

3  

Dambarudhar Dash

Inspirational

ସମୟ

ସମୟ

1 min
189


ଘଣ୍ଟା ଚାଲୁଥାଏ ଟିକ୍ ଟିକ୍ 

ସମୟ ବତାଏ ଠିକ୍ ଠିକ୍ ।

ତାହାକୁ କିଏ ପାରିବ ରୋକି

ଚାଲିଥାଏ ସେ ପଡେନି ଥକି ।

ସମୟଟି ବଡ଼ ବଳବାନ

ସଦୁପଯୋଗେ ମିଳେ ସମ୍ମାନ।

ତାଳ ଦେଇ ସାଥେ ଚାଲୁଥିଲେ

ସଫଳତା ତାକୁ ମିଳେ ଭଲେ ।

ସମୟ ସ୍ରୋତ ଭାରି ପ୍ରଖର

ଭସାଏ କରି ତଲ ଉପର ।

ସମୟ ଭଲ ହୋଇବ ଯେବେ

ସଭିଏଁ ଆପଣା ହେବେ ତେବେ ।

ସମୟ ଯେବେ ଖରାପ ହେବ

ଆପଣା ସ୍ତିରୀ ହାତ ଛାଡ଼ିବ ।

ସମୟ ଭଲେ ମିଳଇ ମାନ

ଖରାପ ହୋଇଲେ ହୀନିମାନ ।

ତେଣୁ ହେ ଭାଇ ମୋ କଥା ଶୁଣ

ଏବେରୁ ହୁଅ ହେ ସଚେତନ ।

କହୁଣୀକୁ ଗଲେ ନେଡ଼ିଗୁଡ଼

ତିଷ୍ଠିବକି ହେଲେ ଯେତେ ବଡ଼ ।

ସମୟ କର ସଦୁପଯୋଗ 

ନିଜ ହାତରେ ଗଢ଼ ଭାଗ୍ୟ ।


Rate this content
Log in

Similar oriya poem from Inspirational