STORYMIRROR

Trushna Das

Inspirational

4  

Trushna Das

Inspirational

# ସମ୍ବୋଧନମୂଳକ କବିତା:ହେ ପାହାଡ଼

# ସମ୍ବୋଧନମୂଳକ କବିତା:ହେ ପାହାଡ଼

1 min
364

ହେ ପାହାଡ଼ 

ତୁମେ ଦୂରରୁ ଲାଗ କେତେ ସୁନ୍ଦର 

ଶିଖରମାନଙ୍କରେ ତୁମେ ଭରପୁର 

ତୁମ ରୂପ ଲାଗେ ସୁଶୋଭିତ।।


ହେ ପାହାଡ଼ 

ଦୃଢ଼ ରୂପେ ଛିଡ଼ା ହୋଇ ଥାଅ ହୋଇ ସ୍ତମ୍ଭ

ଯେତେ ବନ୍ୟା ବର୍ଷା ଝଡ଼ ଆସିଲେ ବି ତୁମେ ଥାଅ ଅଟଳ

ତୁମର ଲକ୍ଷ୍ୟ ଥାଏ ସ୍ଥିର।। 


ହେ ପାହାଡ଼ 

ଦୂରରୁ ଲାଗ କେତେ ସୁନ୍ଦର 

ହେଲେ ପାଖକୁ ଗଲେ ଜଣାଯାଏ କଥା ତୁମ ଭିତରର

କେଉଁଠି ତୁମେ ଶୁଷ୍କ ତ କେଉଁଠି ତୁମେ ଶଷ୍ୟଶାମଳ।। 


ହେ ପାହାଡ଼ 

ତୁମେ କେତେ ମହାନ 

ନଦୀ ଓ ଝରଣା କନ୍ୟା ତୁମର

ସାଗରକୁ ଦେଇଛ ତୁମେ କନ୍ୟାଦାନ।। 


ହେ ପାହାଡ଼ 

ତୁମର ରୂପ ବହୁତ ଆକର୍ଷଣୀୟ 

ଯେତେବେଳେ ତୁମ ଶିଖରରେ ବାଦଳ ଆସି ଖେଳୁଥାଏ ଖେଳ

ସେତେବେଳେ ତୁମେ ହୋଇଥାଅ ଦର୍ଶନୀୟ।। 


ହେ ପାହାଡ଼ 

ଖରା ଦିନେ ତୁମେ ଉତ୍ତପ୍ତ ଓ ଶୁଷ୍କ

ଶୀତ ଦିନେ ତୁମେ ଶୀତଳ ହିମରେ ଆଚ୍ଛାଦିତ 

ତୁମେ ବର୍ଷା ଦିନେ ସୁଶୋଭିତ।। 


ହେ ପାହାଡ଼ 

ତୁମେ ନିଜ ଲକ୍ଷ୍ୟରେ ସ୍ଥିର

ସବୁ ପରିସ୍ଥିତିରେ ଥାଅ ତୁମେ ନିଜ ଲକ୍ଷ୍ୟରେ ଅଟଳ

ଏହା ଦେଇଥାଅ ଶିକ୍ଷା ସମଗ୍ର ଜୀବ ଜଗତକୁ ଯେ ସବୁ ପରିସ୍ଥିତିରେ ନିଜ ଲକ୍ଷ୍ୟରେ ସ୍ଥିର ରହିବା ଉଚିତ଼।।


ହେ ପାହାଡ଼, ତୁମେ ସବୁ ଦିନ ଗୋଟିଏ ଜାଗାରେ ସ୍ଥିର

ଦେଇଥାଅ ପରିଚୟ ସେହି ଜାଗାର 

ତୁମେ ସର୍ବଦା ଜୀବ ଜଗତକୁ କରିଥାଅ ଆହ୍ୱାନ 

ଯେ କେବେ ବି ବଦଳାଅ ନାହିଁ ନିଜ ପରିଚୟ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational