STORYMIRROR

ଅନିଲ କୁମାର ଲେଙ୍କା

Inspirational

4  

ଅନିଲ କୁମାର ଲେଙ୍କା

Inspirational

ସମ୍ବୋଧନ ମୂଳକ କବିତା:# ପାହାଡ଼ #

ସମ୍ବୋଧନ ମୂଳକ କବିତା:# ପାହାଡ଼ #

1 min
254


ସଭ୍ୟତାରୁ ଦୂରେ କାହିଁ କେତେ କାଳୁ

      ଦଣ୍ଡାୟମାନ ପାହାଡ

ତା କଥା ଭାବିଲେ ଆସଇ ଆଖିରେ

       ଲୁହର ଅସରା ଭିଡ ।।


ମାନବ କଲ୍ୟାଣେ ସବୁ ଦେଲା ପରେ

      ସିଏ ଆଜି ଶୂନ୍ୟ ହସ୍ତା

ଅନ୍ୟ ସ୍ୱାର୍ଥ ପାଇଁ ନିଜ ଦେହ ଚିରି

    ଦେଇଛି ମାନବେ ରାସ୍ତା ।।


ବୁହେଇଛି ଶିରା ପ୍ରଶିରାରୁ ଯେତେ

      ସବୁ ପୁଣି ତାର ରକ୍ତ

ମୁଣ୍ଡେଇଛି ସେଇ ସ୍ୱାର୍ଥୀ ଲୋକଙ୍କର

       ପରିଚୟ ରଖି ଗୁପ୍ତ ।।


ବିଶ୍ୱାସ ଦେବତା ତା ଚୂଡା ଦେଶରେ

     ଶରୀରେ ବହୁତ ଦମ୍ଭ

ତାହାରି କୋଳରୁ  ପ୍ରଥମ ଅଧ୍ୟାୟ

      ସବୁ କାହାଣୀ ଆରମ୍ଭ ।।


କିଏ କେତେ କ’ଣ ମାଗିଛି ତାକୁଯେ

      ତାହାର ନାହିଁ ତୁଳନା

କିଏ କେତେ କ’ଣ ବୋହିତ ନେଇଛି

      ଲୁଣ୍ଠନେ ନାହିଁ କଳନା ।।


ସେ କିନ୍ତୁ ସହିଛି ଚୁପ୍ ଯେ ହେଇଛି

     ଲୁହ ଗଡେଇଛି କେତେ

ଭିତରେ  ଭିତରେ କାନ୍ଦିଦିଏ ସିନା

     କହିତ ପାରେନା ସତେ ।।


ସମସ୍ତେ କହନ୍ତି ପାହାଡଟେ କ’ଣ

       ଜାଣି ପାରିବ ଶଠତା

ନେଇଗଲେ ସବୁ ଉପାଡିଲେ ହାତ

      ବୁଝେନାହିଁ ତା ମୁଢତା ।।


ଧମନୀ ଚିପୁଡି ଚାଟିଦେଲା ପରେ

      ପାହାଡ ଅଦରକାରୀ

ଶେଷ ବୁନ୍ଦା ରକ୍ତ ଟିକକ ଦେଇ ବି

     ଲାଗେ ନାହିଁ ଉପକାରୀ ।।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational