Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kailash Chandra Behera

Inspirational

4  

Kailash Chandra Behera

Inspirational

ରଜ ମଉଜ

ରଜ ମଉଜ

1 min
402



ରଜକୁ ଛାଡ଼ିଛି ଜର

    ସମସ୍ତେ ପାଳିବା ପର୍ବ ଏଥର 

ପର୍ବ ଏଥର ଲୋ

    ଆନନ୍ଦେ ହୋଇ ବିଭୋର ,

ବଉଳ ଲୋ ଆନନ୍ଦେ ହୋଇ ବିଭୋର ।


ନୂଆ ପୋଷାକ ପିନ୍ଧିବା

    ଗଛ ଡାଳରେ ଦୋଳିକୁ ବାନ୍ଧିବା ,

ଦୋଳି ବାନ୍ଧିବା ଲୋ

    ଗୀତ ଗାଇ ଝୁଲୁଥିବା ,

ବଉଳ ଲୋ ଗୀତ ଗାଇ ଝୁଲୁଥିବା ।


ଘରେ ଘରେ ପିଠାପଣା

    କେଉଁଥିରେ କିଛି ନ ଥିବ ଊଣା ,

ନ ଥିବ ଊଣା ଲୋ

    ବେଳ ନ ପଡ଼ିବ ଜଣା ,

ବଉଳ ଲୋ ବେଳ ନ ପଡ଼ିବ ଜଣା ।


ରଜସ୍ବଳା ହେବ ଧରା

    କରିବା ନାହିଁ ଖଣ୍ଡିଆ ଖାବରା ,

ଖଣ୍ଡି ଖାବରା ଲୋ

    ନିୟମେ ପାଳିବା ପରା ,

ବଉଳ ଲୋ ନିୟମେ ପାଳିବା ପରା ।


କଟାକଟି ନ କରିବା

    ପୁଅମାନେ କାଟିଦେବେ ପରିବା ,

ଦେବେ ପରିବା ଲୋ

    ମଉଜେ ଦିନ ସାରିବା ,

ବଉଳ ଲୋ ମଉଜେ ଦିନ ସାରିବା ।


ଆସିବେଟି ପ୍ରିୟଜନ

    ଭାଙ୍ଗି ଦେବା ତାଙ୍କୁ ବିଡ଼ିଆ ପାନ 

ବିଡ଼ିଆ ପାନ ଲୋ

    ଖୁସି ହେବ ତାଙ୍କ ମନ ,

ବଉଳ ଲୋ ଖୁସି ହେବ ତାଙ୍କ ମନ ।


ଏ ଅଟେ ଗଣ ପରବ

     ଏକାଠି ପାଳିବେ ଲୋକ ସରବ ,

ଲୋକ ସରବ ଲୋ

     ଆମରି ଗର୍ବ ଗୌରବ ,

ବଉଳ ଲୋ ଆମରି ଗର୍ବ ଗୌରବ ।



Rate this content
Log in

Similar oriya poem from Inspirational