ଗ୍ରୀଷ୍ମାଗମନ
ଗ୍ରୀଷ୍ମାଗମନ
ବହୁ ଘାତ ପ୍ରତିଘାତକୁ ଅତିକ୍ରମ କରି
ମନୁଷ୍ୟ ସମାଜ ଆଗେଇ ଚାଲିଛି ।
ସୁଖବେଳେ ହୋଇଛି ଆନନ୍ଦବିଭୋର
ଆଉ ଦୁଃଖବେଳେହୋଇଛି
ମ୍ରିୟମାଣ।
ଆହତ ସୈନିକ ପରି
ପ୍ରାଣପଣେ ପ୍ରକୃତି ସହ
ଲଢ଼େଇ କରି ,
ସମାଧାନ କରିଛି ଅନେକ ସମସ୍ୟା ।
ଆଶୁଲାଭ ପ୍ରାପ୍ତି ନିମିତ୍ତ
ବିଚାର ହୀନ ହୋଇ,
ବହୁ ସବୁଜ ଜଙ୍ଗଲକୁ
କରିଛି ନିର୍ମୁଳ।
ନିଜର ସୁଖ ସ୍ବାଚ୍ଛନ୍ଦ୍ୟ ପାଇଁ
ବିଳାସ ସାମଗ୍ରୀ ଗଢ଼ିବା ସକାଶେ ,
ବହୁ କଳ କାରଖାନା କରିଛି ପ୍ରତିଷ୍ଠା ।
ଭୁଲି ଯାଇଛି ସ୍ରଷ୍ଟା ଆଉ ସୃଷ୍ଟିର
ଅମାପ ଶକ୍ତିକୁ ।
ମନେହୁଏ ସତେ ଯେପରି
ପ୍ରକୃତି ମନୁଷ୍ୟ ଉପରେ
ବିଗିଡ଼ି ଯାଇଛି ।
ପଞ୍ଚ ମହାଭୂତକୁ ସଙ୍ଗରେ ନେଇ
ଆକ୍ରମଣ କରିଛି
ମନୁଷ୍ୟ ସମାଜ ଉପରେ ।
ଆପ୍ ଆଉ ମରୁତର
ପ୍ରକୋପ ଫଳରେ ,
ବହୁ ଧନଜୀବନ ହୋଇଛି ବିନଷ୍ଟ।
ବହୁ ବୃକ୍ଷରାଜି ହୋଇ ଯାଇଛି ଧ୍ବ°ସ ।
ଏବେ ଆସିଛି ତେଜର ସମୟ ।
ସ୍ବୟ° ଅ°ଶୁମାଳି ତେଜ ଆଘାତରେ ,
ମରୁଛନ୍ତି ବହୁ ନରନାରୀ ।
ସବୁ ଦମ୍ଭ ଲୋଭ ମୋହ
ପ୍ରତ୍ୟାଖ୍ୟାନ କରି ,
ନିରୁପାୟ ନର ଯାଏ
ଶମନପୁରୀକୁ ।
ଅ°ଶୁଘାତେ ଏହିପରି
କେତେ ଯେ ଜୀବନ
ନଷ୍ଟ ହେବ କିଏ କହିପାରେ ?
ଅସହାୟ ଜନତା ଭାବୁଛନ୍ତି ଏବେ
ବିଧିର ବିଧାନକୁ କିଏ ଏଡିପାରେ ?
