ଯେବେ ବର୍ଷା ଆସେ
ଯେବେ ବର୍ଷା ଆସେ
ରିମ୍ ଝିମ୍ ସୁରରେ ଗୀତଗାଇ ପ୍ରତିବର୍ଷ ଆସେ ବର୍ଷା ।
ଗତ ବର୍ଷ ଆସିଥିଲା ଏବେ ବି ଆସିଛି
ବାଦଲର ଓଢ଼ଣା ଟାଣି
ଆସୁଥାଏ ବର୍ଷାରାଣୀ ।
ସ୍ବାଗତ ପାଇଁ ଅଶନି ବଜାଏ ଟମକ ,
ମଶାଲ ଧରି ବିଜୁଳି
ଦେଖାଏ ପୃଥିବୀକୁ ପଥ ।
ଗ୍ରୀଷ୍ମତାପେ ଶୁଷ୍କଥାଏ ସରିତ ତଡ଼ାଗ
ଜଳଜୀବ ପାଉଥାନ୍ତି ଦୁଃଖ ।
ବୃକ୍ଷରାଜି ଜୀର୍ଣ୍ଣଶୀର୍ଣ୍ଣ ଦେହେ,
ଛାଡୁଥାନ୍ତି ଉତ୍ତପ୍ତ ନିଶ୍ବାସ ।
ତୃଣବିନା ଚନ୍ଦା
ଦିଶୁଥାଏ ବିସ୍ତିର୍ଣ୍ଣ ପ୍ରାନ୍ତର ।
ଝଞ୍ଜାଘାତେ ଘର୍ମସିକ୍ତ ଦେହ
ହେଉଥାଏ ଡହଳବିକଳ ।
ପଥପ୍ରାନ୍ତ ତପ୍ତ ଧୂଳିପୂର୍ଣ୍ଣ
ମୁକ୍ତପାଦେ ନ ହୁଅଇ ଚାଲି ।
ଧରିତ୍ରୀର ନମ୍ର ନିବେଦନେ,
ବର୍ଷା ଯେଵେ ଦାନ କରେ,
ଶୀତଳ ସଲୀଳ ।
ପୂରିଉଠେ ନଦୀ ପୁଷ୍କରିଣୀ ।
ବୃକ୍ଷଲତା ଶୋଭାପାଏ
ସବୁଜ ପତ୍ରରେ ।
ନବ ଦୁର୍ବାଦଳ ହସିଉଠେ
ବିସ୍ତିର୍ଣ୍ଣ ପ୍ରାନ୍ତରେ ।
କିନ୍ତୁ ଘନ ଘନ ବର୍ଷା ଯଦି
ଦିବାରାତ୍ରି ହୁଏ ,
ଜୀବଗଣ ପାଆନ୍ତି ସନ୍ତାପ ।
କେତେ ଜୀବଜନ୍ତୁ ଭାସିଯାନ୍ତି,
ବନ୍ୟାର ସ୍ରୋତରେ ।
ଭାଙ୍ଗି ଯାଏ କେତେ କେତେ
ଗରିବ କୁଡିଆ ।
ବାଲି ଚରିଯାଏ କେତେ ଯେ
ସବୁଜ ଶସ୍ୟରେ ।
ଅନ୍ନଵିନା ହାହାକାର ପଡ଼ି ଯାଏ
ନରସମାଜରେ ।
ତେଣୁ ରହିଛି ପ୍ରବାଦ -
ଜଳ ବିହୁନେ ସୃଷ୍ଟି ନାଶ ,
ଜଳ ବହୁଳେ ସୃଷ୍ଟି ନାଶ ।
ଜଳ ହିଁ ଜୀବନ ,
ଜଳ ମଧ୍ୟ ବେଳେ ବେଳେ
ନିଅଇ ଜୀବନ ।
