STORYMIRROR

Kailash Chandra Behera

Action

4  

Kailash Chandra Behera

Action

ଅପରାଜିତା ନାରୀ

ଅପରାଜିତା ନାରୀ

1 min
11


ମହାମାୟୀ ମହାଶକ୍ତି

ମହିମାମଣ୍ଡିତା ମା' ଦୁର୍ଗା ସମ

ମହିୟସୀ ନାରୀ

ଅନେକ ରୂପ ତା'ର

କେହି କେବେ ହେବେ ନାହିଁ ସରି

କେବେ ସିଏ ସତ୍ୟନିଷ୍ଠ ଧର୍ମ ପରାୟଣା

କେତେବେଳେ ବା ସିଏ 

ଯୁଦ୍ଧେ ଅବତୀର୍ଣ୍ଣା

କେତେବେଳେ ଅବା ଝରାଏ ସେ

ମମତାର ନିର୍ମଳ ଝରଣା

ସିଏତ ନାରୀ 

ଏକ ପ୍ରେମ ମନ୍ଦାକିନୀ

ଲାସ୍ୟମୟୀ ହାସ୍ୟମୟୀ

ଆଉ କରୁଣାମୟୀ

କେବେ ସିଏ ଟାଣି ନିଏ

ତା' ହୃଦୟର ଗଭୀର ନୀଡ଼କୁ

ଅଥବା କେବେ ଠେଲି ଦିଏ

ହୃଦୟକୁ ଖିନ୍ ଭିନ୍ କରି

ମୁନିଆ କଣ୍ଟା ବାଡ଼ ଉପରକୁ

ସେ ରହସ୍ୟମୟୀ

କେତେବେଳେ କେଉଁ ଲୀଳା କରେ

ଜାଣି ହୁଏ ନାହିଁ

ସେ ଏକ ଜଟିଳ ବୀଜ ଗଣିତ

ଯେତେ କଷିଲେ ବି ଛିଣ୍ଡେ ନାହିଁ

ତାକୁ ବୁଝିବାକୁ ଚେଷ୍ଟା କଲେ

ବୁଝି ହୁଏନା

ତଥାପି ନାରୀକୁ କରନା ଅବମାନନା

ସେ ନୁହେଁ ଏକ ରବର ଖେଳନା

ସେ ଏକ କଳ୍ପନାତୀତ

ଏକ ଅସୀମ ଅନନ୍ଯା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action