STORYMIRROR

Kailash Chandra Behera

Children

4  

Kailash Chandra Behera

Children

ଆସିଲା ଶୀତ

ଆସିଲା ଶୀତ

1 min
306


ଆସିଲା ଶୀତ ଚାଲିଆ ମିତ

        ବସିବା ନିଆଁ ପାଶେ,

ପଡେ କାକର ଘାସ ଉପର

        ମୋତି ପରିକା ଦିଶେ ।

କୁହୁଡ଼ି ଭରା ଦିଶଇ ସାରା

        ବଣ ପାହାଡ଼ ନଈ ,

ଥଣ୍ଡା ପବନ ଚହଲା ମନ

         ଦେହ ଦିଏ ଥରାଇ ।

ଥୁଣ୍ଟା ଗଛଟା କରଇ ଥଟ୍ଟା

         ପିଲାମାନଙ୍କୁ ଦେଖି ,

ଘର ଭିତରେ ମାଆ କୋଳରେ

          ରହି ଥାଆନ୍ତି ଲାଖି ।

ଅଳସ ରବି ଯାଉଛି ଡୁବି 

          ଉଠିବ ବିଳମ୍ବରେ ,

ପକ୍ଷୀ ଶାବକ ଲୁଚାଇ ବେକ

          ରହିଥାଏ ନୀଡ଼ରେ ।

ଅମାବାସ୍ୟାରେ ହୋଇବ ଘରେ

          ମଣ୍ଡା ଗଇଁଠା ପିଠା ,

ରହିଛି ପଡ଼ି କମ୍ବଳ ଘୋଡ଼ି

           ଚଞ୍ଚଳ ତାକୁ ଉଠା ।

ବରଗଡ଼ରେ ଧନୁ ଯାତରା 

       ହୋଇବେ ଲୋକେ ମେଳ ,

ଗୋପ ପୁରରେ ମଥୁରା ପୁରେ

       ଚାଲିବ କେତେ ଖେଳ ।

ମକର ହେବ ଦିଅଁ ପୂଜିବ

        କ୍ଷୀର ଚାଉଳେ ମାଆ ,

ଶାମ୍ବ ଦଶମୀ ମାଘ ପଞ୍ଚମୀ

        ଆସିବ ଜଗି ଥାଆ ।

ନେତାଜୀଙ୍କର ଜୟନ୍ତୀ ବାର

        ପଡ଼ିବ ତେଇଶିରେ ,

ଗଣତନ୍ତ୍ରର ଦିବସ ବାର

        ପଡ଼ିବ ଛବିଶିରେ ।

ଶ୍ରାଦ୍ଧ ଦିବସ ପାଳିବା ଆସ

         ଜାତିର ପିତାଙ୍କର ,

ତାଙ୍କର ବାଣୀ ହୋଇବା ଗୁଣୀ

         ନ ଥିବ ମନେ ଡର ।

ହୋଇଲେ ଶୀତ ଗାଇବା ଗୀତ

          ଆଗକୁ ଯିବା ବଢ଼ି ,

ତ୍ରିରଙ୍ଗା ନେଇ ଦେବା ଉଡ଼ାଇ

          ହିମାଳୟରେ ଚଢ଼ି ।



Rate this content
Log in

Similar oriya poem from Children