STORYMIRROR

Padmini Parida

Inspirational

4  

Padmini Parida

Inspirational

ମୃତ୍ୟୁ

ମୃତ୍ୟୁ

1 min
272

    ମୃତ୍ୟୁ ତୁମେ ଝରାଅ ଆଖିରୁ ଧାର ଧାର ଲୁହ

    ମୃତ୍ୟୁ ତୁମେ ନିଷ୍ପାପ କରୁଣ ହୃଦୟର ଚିତ୍କାର।

    ମୃତ୍ୟୁ ତୁମେ ଛୋଟ ଶିଶୁର ଦୁଃଖର କାରଣ

    ମୃତ୍ୟୁ ତୁମେ ଦୁଃଖ ଦୈନ୍ୟତାର ଅଜସ୍ର ପୀଡ଼ନ।

    ମୃତ୍ୟୁ ସମୟ ସ୍ରୋତର ପ୍ରବାହମାନ ବିଧିବିଧାନ

    ମୃତ୍ୟୁ ତୁମେ ଉଜୁଡ଼ାଇ ଦିଅ ସୁନାର ସଂସାର।

    ମୃତ୍ୟୁ ସ୍ୱାର୍ଥର ମାୟା ମୋହ ବନ୍ଧନକୁ ଦିଓ ଛିଣ୍ଡାଇ

    ମୃତ୍ୟୁ ଭଗ୍ନାଶେଷ ପାଲଟାଓ ମୁଠାଏ ପାଉଁଶ।

    ମୃତ୍ୟୁ ତୁମେ ବୁଢ଼ୀମାଆର ଶୋକର କାରଣ

    ମୃତ୍ୟୁ ତୁମେ ବିଧବା ନାରୀର ଶଙ୍ଖା ସିନ୍ଧୁର।

    ମୃତ୍ୟୁ ତୁମେ କଳା କିଟି ମିଟି ଅନ୍ଧାର

    ମୃତ୍ୟୁ ତୁମେ ଥରାଇ ଦି ଓ ମଣିଷର ଭୂମଣ୍ଡଳ।

    ମୃତ୍ୟୁ ତୁମେ ନଥାଅ ନିୟନ୍ତ ରେ

    ସବୁବେଳେ ସ୍ଵତନ୍ତ୍ର ସ୍ଵାଧୀନ ।

    ମୃତ୍ୟୁ ତୁମେ ଆଶା ସପ୍ନ କୁ ଦିଅ ଜଳାଞ୍ଜଳି

    ମୃତ୍ୟୁ ତୁମେ ବିଗଡାଇ ଦିଅ ସଜଡ଼ା ଘର ।

    ମୃତ୍ୟୁ ତୁମେ ଚିରନ୍ତନ ସତ୍ୟ

    ମୃତ୍ୟୁ ତୁମେ ଦୁଃଖ ଯନ୍ତ୍ରଣାର ଅଜୟ ଅଟଳ।

    ମୃତ୍ୟୁ ତୁମର ଆଦି ନାହିଁ କି ଅନ୍ତ

    ଲମ୍ବି ଯାଇଛ ସୁଦୂର ପ୍ରସାରି ନାହିଁ ତୁମର ଅନ୍ତ।

    ମୃତ୍ୟୁ ତୁମେ କର ଅନ୍ୟାୟ ଅନୀତି

    ନ ଥାଏ ତୁମର ସମ୍ମାନ କିଛି

    ନ ଜଣାଇ ଆସ କାହିଁକି ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational