STORYMIRROR

Padmini Parida

Inspirational

3  

Padmini Parida

Inspirational

ନାହିଁ

ନାହିଁ

1 min
166

ନାହିଁ ନାହିଁ ବୋଲୁ କିପାଇଁ ବହୁତ୍ ଖରାପ ପଦ ଟି ସେହି ନାହିଁ ପଛ ରେ ଅଛି ତ ଅଛି ନାହିଁ କୁ କିପାଇଁ ନେଉଛ ବାଛି? ବିଶ୍ବ ବ୍ରହ୍ମାଣ୍ଡ ଟା ପଡ଼ିରହିଛି ସବୁ ଜିନିଷ ତ ସେଇଠି ଅଛି ଧରିବା ଶକତି ତୋହର ନାହିଁ ତେଣୁ ପରା ତୁମେ କହୁଛ ନାହିଁ ନ କାର ଭାବନା ନ କାର ଶବ୍ଦ ମନକୁ କରିଦିଏ ଅଶୁଦ୍ଧ ସର୍ବମୟ ଙ୍କ ସୃଷ୍ଟି ରେ ସବୁ ତ ଅଛି ନାହିଁ କାହିଁକି କହୁଛ ବାଛି କରି ପାରିବିନି, ନ ପାରେ ଯାଇ ଭୂଳାଓନା ଏହି କଥାଟି କହି ତଥାସ୍ତୁ ପୁରୁଷ ବୁଲୁଛି ସେଠି ସତ ରେ ନାହିଁ,ହେବଟି ଅଛି ନାହିଁ କହିଲେ ହରେ ଜୀବନ ଅଚିରେ ଅଛି ଆଶା ଓ ପ୍ରାଣ ନାହିଁକି କେବେ ନ କର ଆଦର ନାହିଁ ଟି ପ୍ରାଣ ଘିନା ତୁମର ନ ଭିତରେ ପରା ଅ ଲୁଚିଛି ନାହିଁ କହିଲେ ଅଛି ତ ଅଛି ନ ଜାଣେ କହ ନା କିଛି ନ ଜାଣୁ ଯଦି ଯା ଓ ତା ଶିଖ୍ ମୋ ପାଖେ ନାହିଁ କେବେ କ‌ହନା ଜୀବନରେ ହତାଶ ହୁଅନା ହତସିଆ ଭାବ ର ନାହିଁ ଟି ବାପା ମନ କୁ କରିଦିଅଇ ଖପା ଆତ୍ମହତ୍ୟା ପାଇଁ ଦିଅଇ ଟୋପା ନାହିଁ ଏକ ମାନସିକ ବିକାର ନାହିଁ ଶବ୍ଦକୁ କର ବାହାର ମନ କର ଦୃଢ଼ କହ ତ ଅଛି ଦେଖ ପ୍ରାଣ ଭଣ୍ଡାର ପଡ଼ିଛି ଆତ୍ମ ନ୍ୟୁନତା ଭାବ ଟି ଛାଡ ନାହିଁ ଶବ୍ଦ ର ଭାଙ୍ଗ ହେ ହାଡ଼ ଆଗେଇ ଯାଓ ଅଛି ପଛ ରେ ନାହିଁ କି ରଖ୍ ଦିଅ ହେ ଦୁରେ ଜୀବନ ଗଗନେ ଆଶା ଆଲୋକ


ଅଛି ରେ ପାଓ ଅପୂର୍ବ ପୁଲକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational