ଜଳନ୍ତ ତାରକା
ଜଳନ୍ତ ତାରକା
ହେ ଦୂର ଭାଷିନୀ ସୁମନ ହାସିନୀ
ଦୂର ଜନପଦ ବାଳା ଗୋ।
ତୁମକୁ ସିନା ମୁଁ ନୟନେ ଦେଖିନି
ପାଇଛି ତୁମର ମାଳା ଗୋ।
ହେବ କି ନହେବ ଜୀବନରେ ଦେଖା
ସେକଥା ଜାଣେନା ପଥୀକ ମୁଁ ଏକା
ଅଗ୍ନି ପଥର ଜଳନ୍ତ ତାରକା
ବିଦ୍ରୋହର ଅଗ୍ନି ଶିଖା ଗୋ।
କେଉଁ ଗ୍ରହରୁ ଛିଡିଲି ମାଟିରେ
କମିତି ମୋ ଜନ୍ମ ଜାତକ
ମାନବିକତାର କ୍ରନ୍ଦନ ଶୁଣି
ବୋହିଯାଏ ଆଖି ଲୋତକ।
ମୋର ଚାରିପଟେ ଘୁମନ୍ତ ଆକାଶ
ଲେଲୀହାନ ଶିଖା ତପ୍ତ ପ୍ରକାଶ।
ଚିର ଯାଯାବର ପଥକ ଟିଏ ମୁଁ
ନାହିଁ ମଦନର ସୁବେଶ।
ଜଳୁଅଛି ମୁହିଁ ଦୂର ଆକାଶରେ
ରାତ୍ରୀର ଅନ୍ଧାର ଭେଦି ଗୋ
ଜଳିବା ଭିତରେ କି ଯେ ଯନ୍ତ୍ରଣା
ବୁଝିଛ କେବେ କି ଭାବି ଗୋ।
ଧିରେ ପୋଡୁଛି ମୋ ଭରା ଯଉବନ
ଶୁଣି ପାରୁଛକି ମୋ ଆତ୍ମାଦହନ।
ସହି ଭୁଜଙ୍ଗର ଦଂଶନ
ଛାଡିନି ସାଧନା ବେଦୀ ଗୋ।
ମତେ ସିନା ତୁମେ ଦୂରରୁ ଦେଖିଛ
ତନ୍ଦ୍ରା ବିଜଡିତ ସପନେ।
କଳ୍ପନାରେ ମୋର ଆଙ୍କିଥିବ ରୂପ
ଆପଣା ନିଶୀଥ ଶୟନେ।
ମନୋରମ ଅତି ସୁନ୍ଦର
ହେଲେ ମୁଁ ତ ଏକ ବିଦ୍ରୋହୀ କବି
ଜଳୁଅଛି ମୋର ଅନ୍ତର।