STORYMIRROR

Madhabi Patel

Inspirational

3  

Madhabi Patel

Inspirational

ମୁକ୍ତି

ମୁକ୍ତି

1 min
211


ଜୀବନରେ ଯାହା ଚିରନ୍ତନ ସତ୍ୟ

ଅନୁଭବ ସବୁ ଅଛି

ସତ୍ୟଟିଏ ରଖି ପାରିଲିନି ବୋଲି

ଅସତିଆ ବୋଲାଉଛି।


ଜୀବନ ପଥରେ ହତାଶା କାଳିମା

ଭେଟିଛି ମୁଁ ପ୍ରତିଥର

ପାରୁନାହି ଉଠି ଚଟାଣ ଉପରୁ

ଖସୁଛି ମୁଁ ବାରମ୍ବାର।


ଏମିତି ଜୀବନ ଚାହିଁଛି କି କେବେ

ମାଗଣାରେ ଦେଲ ବୋଲି

ଦୁଃଖ ଯାତନାକୁ ଅଜାଡି ଦେଲହେ

ଅପବାଦ ହିଁ ଭୋଗିଲି।


ପାରୁନାହିଁ ସହି ଶରଣାପନ୍ନ ମୁଁ

ଦିଅ ଏବେ ଟିକେ ଶାନ୍ତି

ସେତିକି ଥାଉ ହେ ପଡିଲିଣି ଥକି

ଯନ୍ତ୍ରଣାରୁ ଦିଅ ମୁକ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational