Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhabi Patel

Inspirational

3  

Madhabi Patel

Inspirational

ମୁକ୍ତି

ମୁକ୍ତି

1 min
206



ଜୀବନରେ ଯାହା ଚିରନ୍ତନ ସତ୍ୟ

ଅନୁଭବ ସବୁ ଅଛି

ସତ୍ୟଟିଏ ରଖି ପାରିଲିନି ବୋଲି

ଅସତିଆ ବୋଲାଉଛି।


ଜୀବନ ପଥରେ ହତାଶା କାଳିମା

ଭେଟିଛି ମୁଁ ପ୍ରତିଥର

ପାରୁନାହି ଉଠି ଚଟାଣ ଉପରୁ

ଖସୁଛି ମୁଁ ବାରମ୍ବାର।


ଏମିତି ଜୀବନ ଚାହିଁଛି କି କେବେ

ମାଗଣାରେ ଦେଲ ବୋଲି

ଦୁଃଖ ଯାତନାକୁ ଅଜାଡି ଦେଲହେ

ଅପବାଦ ହିଁ ଭୋଗିଲି।


ପାରୁନାହିଁ ସହି ଶରଣାପନ୍ନ ମୁଁ

ଦିଅ ଏବେ ଟିକେ ଶାନ୍ତି

ସେତିକି ଥାଉ ହେ ପଡିଲିଣି ଥକି

ଯନ୍ତ୍ରଣାରୁ ଦିଅ ମୁକ୍ତି।


Rate this content
Log in

Similar oriya poem from Inspirational