STORYMIRROR

Madhabi Patel

Inspirational

4  

Madhabi Patel

Inspirational

ତ୍ୟାଗ

ତ୍ୟାଗ

1 min
226

ମର୍ଯ୍ୟାଦା ତ୍ୟାଗର ଦେବୀ

ପତିବ୍ରତା ନାରୀ

ଅଯୋଧ୍ୟାର ପାଟରାଣୀ

ଜନକ କୁମାରୀ।


ଚଉଦବର୍ଷ ବନବାସ

ରାବଣ ରାଜ୍ୟରେ

ବନ୍ଦିନୀ ହୋଇ ଫେରିଲେ

ଯେବେ ଅଯୋଧ୍ୟାରେ।


ବିଧି ବାମ ହେତୁ ସେ

ନିନ୍ଦାର ପାତ୍ରୀ ହେଲେ

ସ୍ବାମୀଙ୍କ ମର୍ଯ୍ୟଦା ପାଇଁ

ବନକୁ ବାଛିଲେ।


ତ୍ୟାଗକରି ରାଜସୁଖ

ରାମଙ୍କ ପ୍ରେମକୁ

ସ୍ବୟଂନିଜେଚାଲିଗଲେ

ବନେ ରହିବାକୁ।


ମର୍ଯ୍ୟାଦା ପୁରୁଷ ହୀରା

ପତ୍ନୀବ୍ରତା ରାମ

ତପସ୍ବୀ ଜୀବନ ଜୀଇଁ

ପାଳି ରାଜ କର୍ମ।


ଶୁଷ୍କ ଘାସ ଶଯ୍ୟାପରେ

କରିଣ ଶୟନ

ସହନ୍ତି ସୀତାଙ୍କ ଦୁଃଖ

ଅନୁଭବ ମାନ।


ଦୂରେ ଦୂରେ ରାମ ସୀତା

ହେଲେ ଏକ ପ୍ରାଣ

ଅନୁଭବୁ ଥାନ୍ତି ଦୁହେଁ

ଦୁଃଖକୁ ସମାନ।


ମର୍ଯ୍ୟାଦା ତ୍ୟାଗର ଦୁହେଁ

ଜ୍ବଳନ୍ତ ପ୍ରମାଣ

ଲୋକଙ୍କ ଶିକ୍ଷାର ପାଇଁ

ଦୁଃଖିର ଜୀବନ।


ରାମ ସୀତାଙ୍କର ପ୍ରେମ

ବୁଝେନାହିଁ ଜନ

ଆରୋପନ୍ତି ରାମ କଲେ

ସୀତା ନିର୍ବାସନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational