STORYMIRROR

Madhabi Patel

Classics

4  

Madhabi Patel

Classics

ଆସୁଛି ଜଣେ

ଆସୁଛି ଜଣେ

1 min
261


ଜଣେ ଆସୁଛି ଜାଣି ହସୁଛି ପୃଥିବୀ ରାଣୀ

ବରଷା ନାହିଁ ସୂର୍ଯ୍ୟ ଦେଉଛି କିରଣ ବୁଣି।

ହସୁଛି ବୃକ୍ଷଲତା ଡାଳରେ ଫୁଲ ପତର

ସମୀର ଧୀରେ ଧୀରେ ବୁଣୁଛି ଧରି ଅତର।

କୋଇଲି ଗାଏ କୁହୁ ପକ୍ଷୀଙ୍କ ଶୁଭେ ଗାନ

ଗାଈ ବାଛୁରୀ ମିଶି ଦିଅନ୍ତି ହମ୍ବା ସ୍ବନ।

ଆକାଶ ଦିଶେ ସ୍ବଚ୍ଛ କରୁଛି ସେ ସ୍ବାଗତ

ନୂତନ ବନ୍ଧୁ ଜଣେ ଆସିବ ଏ ମରତ।

ଭୂମିରୁ ଭୂମାଯାଏ ସଭିଏଁ ହରସିତ

ଶ୍ରୀକୃଷ୍ଣ ଜନ୍ମ ପର୍ବ ପାଳିବ ଏ ଜଗତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics