STORYMIRROR

Chittaranjan Nanda

Abstract Classics Inspirational

4  

Chittaranjan Nanda

Abstract Classics Inspirational

ରହୁ ଚିନ୍ତନ ଓ ପରିବର୍ତ୍ତନ ଧାରାର

ରହୁ ଚିନ୍ତନ ଓ ପରିବର୍ତ୍ତନ ଧାରାର

1 min
392


ପ୍ରତ୍ୟେକ ଅନେକତାରେ 

ରହେ ଏକତା,

ଆସ, ଶବ୍ଦକୁ ଏକାଠି କରି 

ରଚିବା କବିତା,

ପ୍ରତି ପଙ୍କ୍ତିରେ ଥିବ ସ୍ୱର ଓ 

ଶକ୍ତି ଜାଗୃତିର,

ସ୍ଵର ଭରି ରହିଥିବ ଚିନ୍ତନ ଓ

ପରିବର୍ତ୍ତନ ଧାରାର l


ଜଳ ୩ ଭାଗ, ,୧ ଭାଗ ସ୍ଥଳ 

ସୃଷ୍ଟିର ସର୍ଜନା, 

ପ୍ରାଣୀଙ୍କୁ ଦିଏ ଖାଦ୍ୟ, ବସ୍ତ୍ର, 

ଜଳ, ପବନ ସିନା,

ମଣିଷ ନିଜ ଅହଂକାରେ ତାକୁ 

କରୁଛି ଧ୍ୱଂସ,

ବିକାଶର ନାମ, ବଦଳେ 

ଡାକି ଆଣୁଛି ବିନାଶ,

ଆସ, ଶବ୍ଦକୁ ଏକାଠି କରି 

ରଚିବା କବିତା,

ପ୍ରତି ପଙ୍କ୍ତିରେ ଥିବ ସ୍ୱର ଓ 

ଶକ୍ତି ଜାଗୃତିର,

ସ୍ଵର ଭରି ରହିଥିବ ଚିନ୍ତନ ଓ

ପରିବର୍ତ୍ତନ ଧାରାର l


ସଂସାରେ ମଣିଷ କିଛି ଘାତକ, 

ହୋଇଛନ୍ତି ଜାତ,

ବୋଲାଇ ବଳବନ୍ତ, କରନ୍ତି କର୍ମ

 ଯେତେ କଳୁଷିତ, 

ସେ କାହୁଁ ଜାଣିବେ, ଯାହାର 

ଅନ୍ତର ସଦା ପରିଷ୍କାର,

ସ୍ଵଚ୍ଛ ନିର୍ମଳ ପରିବେଶ ପାଇଁ 

ତାର କର୍ମ ପରିଷ୍କାର,

ଆସ, ଶବ୍ଦକୁ ଏକାଠି 

କରି ରଚିବା କବିତା,

ପ୍ରତି ପଙ୍କ୍ତିରେ ଥିବ ସ୍ୱର ଓ 

ଶକ୍ତି ଜାଗୃତିର,

ସ୍ଵର ଭରି ରହିଥିବ ଚିନ୍ତନ ଓ

ପରିବର୍ତ୍ତନ ଧାରାର l


କବି ଲେଖକ ତ ଭାବୁକ ହୃଦୟରୁ 

ବାଣୀ ଆସେ ବହି,

କୁସଂସ୍କାର, ଅପସଂସ୍କୃତି, କୁଶିକ୍ଷାକୁ 

ହଟେଇବା ପାଇଁ,

ସମସ୍ତ ପ୍ରକାର ବିଭେଦତା ବିରୁଦ୍ଧେ

ଜାଗୃତି ପାଇଁ

ସମସ୍ୟା ସଙ୍କଟର ସମାଧାନ ପଥ 

କବିତାରେ ଦେଇଥାଇ,

ଆସ, ଶବ୍ଦକୁ ଏକାଠି କରି 

ରଚିବା କବିତା,

ପ୍ରତି ପଙ୍କ୍ତିରେ ଥିବ ସ୍ୱର ଓ 

ଶକ୍ତି ଜାଗୃତିର,

ସ୍ଵର ଭରି ରହିଥିବ ଚିନ୍ତନ ଓ

ପରିବର୍ତ୍ତନ ଧାରାର l


ଆସ ପାଠକ ବନ୍ଧୁ ବାନ୍ଧବୀ, ମାର୍ମିକ 

ଲେଖାକୁ ଧ୍ୟାନରେ ପଢ଼ିବା,

ସ୍ଵଚ୍ଛ ନିର୍ମଳ ପରିବେଶ ପାଇଁ ନିଶ୍ଚିତ

ସଚେତନଧର୍ମୀ ଗୀତଟି ଗାଇବା ,

ଅତ୍ୟାଚାର-ଭ୍ରଷ୍ଟାଚାର ବିରୋଧରେ

କବିତାରେ ଦେବା ଆହ୍ଵାନର ସ୍ୱର

ପ୍ରତ୍ୟେକ ହୃଦୟରେ ଭରି ଦେବା ସୁଶିକ୍ଷା

ପ୍ରତି ନବ-ସୃଜନର

ସମାନତାର ଭାବନା ଓ ନିର୍ଯ୍ୟାତନା

ଶୋଷଣ ବିରୋଧରେ, 

ସମସ୍ତ କ୍ରୁରତାକୁ ହଟେଇବା ପାଇଁ ପ୍ରୀତି

ଶାନ୍ତିର ସ୍ୱର ଭରିବା ଅନ୍ତରରେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract