STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ତ୍ରିରଙ୍ଗା

ତ୍ରିରଙ୍ଗା

1 min
333


ପତାକାକୁ ଦେଖ ଉଡୁଛି ଆକାଶେ

ପବନରେ ଫରଫର 

ଭାରତବାସୀଙ୍କୁ ଆହ୍ବାନ କରୁଛି

ମୋ'ପରି କର୍ମକୁ ଧର।

କ୍ଷଣେ ହେଲେ କେହି ଜୀବନ ଭିତରେ

ମୋଟେ ଥକିଯିବ ନାହିଁ

କର୍ମ ହିଁ ସଭିଙ୍କ ଭଗବାନ ବୋଲି

ହୃଦୟ କନ୍ଦରେ ଥୋଇ।

ମୁଦିବା ଆଗରୁ କର୍ମର ପଥରେ

ଯଦିରେ ଲାଗି ପଡି଼ବ

ବିଶ୍ବ ଦରବାରେ ସ୍ବର୍ଣ୍ଣାକ୍ଷରେ ବାବୁ

ଅଲିଭା ସ୍ମୃତି ରହିବ।

ଯେମିତି ମରିକି ବଞ୍ଚି ରହିଛନ୍ତି

ଗାନ୍ଧୀ ମହାତ୍ମାଙ୍କ ଦାଗ

ଥିଲେ ଥାଉ ପଛେ ଯେତେ ଅପକର୍ମ

ରାଷ୍ଟ୍ରକର୍ମ ସଦା ଆଗ।

ଦେଶର ହିତରେ ଯେତେ ଝାସ ଦେଇ

ମୃତ୍ଯୁକୁ କୋଳେଇ ଥିବେ

ସୂର୍ଯ୍ଯ ଚନ୍ଦ୍ର ସହ ଦିନରାତି ଯଦି

ଆତଯାତ ହେଉଥିବେ।

ନିଶ୍ଚୟ ଏମାନେ ବଞ୍ଚିକି ରହିବେ

ଭାରତୀୟ ହୃଦୟରେ

ସ୍ବାଧୀନତା ଆଉ ସାଧାରଣତନ୍ତ୍ର

ଜୟଜୟ ଦିବସରେ।

ବଡ଼ କର୍ମକରି ଓହ୍ଲାଇ ମର୍ତ୍ତ୍ଯକୁ

ଚାଲି ସିନା ଯାଇଛନ୍ତି

ସ୍ବର୍ଗରେ ବସିକି ଦେଖୁଥିବେ ଆଜି

କୁକର୍ମ ଯା' କରୁଛନ୍ତି।

ତ୍ରିରଙ୍ଗା ସଭିଙ୍କୁ କହୁଥିଲା ବେଳେ

ଟିକିଟିକି ଫୁଲ ଶୁଣି

ଝଲମଲ ହୋଇ ସୁବାସ ବାଣ୍ଟିବେ

ଦିଅନ୍ତୁ ଯେ ପଛେ ଝୁଣି।

ଟିକିଟିକି ଫୁଲ ଶପଥ କରିଲେ

ରାଷ୍ଟ୍ରର କର୍ମରେ ଥିବେ

ଶହୀଦ ଲୋକଙ୍କ ପାଦ ଓ ବେକରେ

ବସିକି ଶ୍ମଶାନ ଯିବେ।

ଏ କଥାକୁ ଶୁଣି କୋଟି ଧନ୍ଯବାଦ

ତ୍ରିରଙ୍ଗା ଅଜାଡି଼ ଦେଲା

ଫରଫର ଉଡି଼ ସ୍ବାର୍ଥକ ନିଜକୁ

ଜୀବନେ ଗର୍ବ କରିଲା।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract