STORYMIRROR

Banalaxmi Mohanty

Abstract Inspirational

4  

Banalaxmi Mohanty

Abstract Inspirational

ଗଛ ଆମରି ମିତ

ଗଛ ଆମରି ମିତ

1 min
410

ଗଛ ଆମରି ମିତରେ ଭାଇ

ଗଛ ଆମରି ମିତ 

ତାହାରି ସାଥେ କାଟୁଛୁ ଆମେ 

ଖରା ବରଷା ଶୀତ। 

ଆମକୁ ଦିଏ ଫୁଲ ଓ ଫଳ

ଆମରି ଦେହେ ଭରେ ସେ ବଳ

ତିଆରି ପାଇଁ ବଞ୍ଚିଛି ଆଜି 

ଏଇ ଆମ ଜୀବଜଗତ। 

ଆମକୁ ଦିଏ ଅମଳଜାନ

ଖରାରେ ଛାଇ କରଇ ଦାନ

ବରଷା ହୁଏ ତାହାରି ପାଇଁ 

ତାପରି କେହି ନାହିଁ। 

ଗଛରୁ ଆମେ ଜାଳେଣି ପାଉ

କାଠରେ ତାର ଘର ବନଉ 

ହୁଏ ଆସବାବ ପତ୍ର ରେ

ହୁଏ ଆସବାବ ପତ୍ର। 

ଆସରେ ଭାଇ ଗଛ ଲଗାଇ

ତା ସାଥେ ବସିବା ମିତ

ଗଛକୁ କେବେ ହାଣିବା ନାହିଁ 

କରିବା ଆମେ ଶପଥ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract