STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଫେରିବ ନାହିଁ

ଫେରିବ ନାହିଁ

1 min
311


ଚିନ୍ତା କାହିଁ ପାଇଁ ଅତୀତର ପାଇଁ

   ଅତୀତ ଫେରିବ ନାହିଁ,

ବ୍ୟତୀତ ସମୟ ନ ଫେରିବ ସେହୁ

   ଚିନ୍ତା ତୋର କିମ୍ପା ତହିଁ ?


କର୍ତ୍ତବ୍ୟଟି ତୋର ଚିନ୍ତା ବର୍ତ୍ତମାନେ 

  ସଜାଗ ହେବାର ପାଇଁ,

କର ବିଭୁ କାର୍ଯ୍ୟ ଜୀବନ ଯାତ୍ରାରେ

  ଜୀବନ ଟା ତାହା ପାଇଁ।


ବୃଥା କରୁ କିମ୍ପା ଦୁର୍ଲ୍ଲଭ ଜୀବନ

   ଅତୀତ ଚିନ୍ତାକୁ କରି,

ଚାଲ କର୍ମପଥେ ନ କରିଣ ଚିନ୍ତା

   ହସ୍ତେ ବିଭୁ କାର୍ଯ୍ୟ ଧରି।


ନ ରହିବ ଚିନ୍ତା ନ ହେବ ଟି ଦୁଃଖ

   କର ସତ୍ୟ ପଥେ କାର୍ଯ୍ୟ,

ନ୍ୟାୟ ପକ୍ଷେ ରହି ନିସ୍ବାର୍ଥ ଭାବରେ

   କର ଜନସେବା କାର୍ଯ୍ୟ।


କର ରାଷ୍ଟ୍ର କାର୍ଯ୍ୟ ରାଷ୍ଟ୍ରର ଗୌରବେ

   ଆତ୍ମନିର୍ଭରଟି ହୁଅ,

ଆତ୍ମବିଶ୍ୱାସକୁ ମନରେ ରଖିଣ

   ଅତୀତକୁ ଭୁଲି ଯାଅ।


ଗୃହ ଆବଶ୍ୟକ ପୂର୍ଣ୍ଣ କର ସଦା

   ଚିନ୍ତା ବର୍ତ୍ତମାନ କରି,

ଚିନ୍ତା ଅତୀତର ଦୂର କର ମନୁ

   ଭବିଷ୍ୟ ଚିନ୍ତାକୁ କରି।


କର୍ତ୍ତବ୍ୟ ପଥରେ ଜଡ଼ିତ ହୁଅହେ

   ମନୁ ଚିନ୍ତା କର ଦୂର,

ଯହିଁ ବର୍ତ୍ତମାନ କର୍ମ ମନ୍ତ୍ର ତୋର

   ଅତୀତକୁ ଦୂର କର। 


ସଫଳ ଅବଶ୍ୟ କର୍ମପଥେ ହେବୁ

  ସବୁ ଶୁଭ କାର୍ଯ୍ୟ ହେବ,

ନ ରହିବ କଷ୍ଟ ନ ରହିବ ଚିନ୍ତା

   ନ ରହିବ ଦୁଃଖ ଭାବ।


ଦେଶର ଗୌରବ ଆଣିବୁ ଦେଶରେ

  ଆତ୍ମନିର୍ଭରଟି ହେବୁ,

ରାଷ୍ଟ୍ରର ସମ୍ମାନ ପଢିବ ବିଶ୍ବରେ

  ନିଜେ ସମ୍ମାନିତ ହେବୁ।


ଜ୍ଞାନ କର୍ମ ଭକ୍ତି ତ୍ୟାଗ ସତ୍ୟ ପ୍ରେମ

  ଶ୍ରଦ୍ଧା ସେବା ମହାମନ୍ତ୍ର,

ଗଣ୍ଠି କରି ଥିବୁ ଜୀବନ ଯାତ୍ରାରେ

  ଜୀବନର ଶ୍ରେଷ୍ଠ ମନ୍ତ୍ର।


ଜୀବନେ ଆସିବ କେତେ ଝଡ଼ଝଞ୍ଜା

  ସୁଖ ଦୁଃଖ ମଧ୍ୟ ତହିଁ,

ହୁଏ ଦିବାରାତ୍ର ପ୍ରାକୃତି ନିୟମ

  ଚିନ୍ତା କରୁ କିମ୍ପା ତହିଁ?


କର୍ମପଥେ ରୁହ ବିଭୁ କାର୍ଯ୍ୟ କର

  କର ପ୍ରଭୁ ଆରାଧନା,

ସେହୁ ହିଁ ରକ୍ଷକ ସେହୁ ହିଁ ତାରକ

   ତାଙ୍କୁହିଁରେ ପ୍ରାର୍ଥନା।


ନ ରହିବ ଚିନ୍ତା ନ ରହିବ କଷ୍ଟ

  ପୂର୍ଣ୍ଣ କରି ଦେବେ ସବୁ,

ଦାରୁବ୍ରହ୍ମ ପ୍ରଭୁ ଅଭୟ ଦେବେରେ

  ସମ୍ମାନିତ ହେବୁ ବହୁ।


ଜଗନ୍ନାଥ ପରା କୃଷ୍ଣ ରାମ ପ୍ରଭୁ

  ବ୍ରହ୍ମାଣ୍ଡ ଠାକୁର ଏହୁ,

ସବୁର କାରଣ କୃପାସିନ୍ଧୁ ଯହିଁ

  କରି ଦେବେ କୃପା ବହୁ।




Rate this content
Log in

Similar oriya poem from Abstract