STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ସ୍ବାଧୀନତା

ସ୍ବାଧୀନତା

1 min
346


କେତେ ବଳିଦାନ ଯହିଁ ସ୍ବାଧୀନତା ପ୍ରାପ୍ତି ପାଇଁ

   ଅର୍ପଣରେ ଜୀବନ ରାଷ୍ଟ୍ର ହୀତପାଇଁ,

ସ୍ମୃତିକୁ ରଖିବା ତାଙ୍କର ହେ କର୍ତ୍ତବ ଆମର

   ସ୍ବତନ୍ତ୍ର ଏହୁ ରାଷ୍ଟ୍ର ତାଙ୍କରି ହିଁ ପାଇଁ।

     ରାଷ୍ଟ୍ର ହୀତରେ ପ୍ରାଣଦାନ,

  ଦେଶପାଇଁ ସମର୍ପଣ ଗୁଞ୍ଜେ ବଳିଦାନ।


ବହୁତ୍ୟାଗବଳୁ ସ୍ବତନ୍ତ୍ର ଭାରତ ପରା ଏହୁ

  ବୀର ଶହୀଦଙ୍କର ବଳିଦାନ ବହୁ,          

କରେ ଉତ୍ସାହିତ ବହୁ ଗର୍ବିତ କରୁଛି ଏହୁ

  ଅମୃତ କାଳ ଏ ଭାଇ ସୁଯୋଗ ବହୁ।

     ଜନ ହୀତେରେ କାର୍ଯ୍ୟ ହୁଏ,

   ଆତ୍ମନିର୍ଭର ଟି ପରା ଜାଗ୍ରତ ଥାଏ।


ଅମୃତ କାଳ ରାଷ୍ଟ୍ରର ଆତ୍ମନିର୍ଭର ଟି ରାଷ୍ଟ୍ର

  ତହିଁରେ ସୁରକ୍ଷିତ ଆମରି ରାଷ୍ଟ୍ର,

ସୈନିକ ଗର୍ଜନେ ଯହିଁ ଶତ୍ରୁ ଦେଶ ହିଁ କମ୍ପିତ

  ବନ୍ଧୁଏହୁତ ଶାନ୍ତିର ଶକ୍ତିଶାଳୀ ରାଷ୍ଟ୍ର।

     ଆବିଷ୍କାରରେ ନୂଆ ନୂଆ,

  ଅମୃତ ଏ କାଳ ପରା ଭାରତ ନୂଆ।


ଯୁବା ଶକ୍ତି ଯହିଁ ଗୁଞ୍ଜୁଅଛି ସ୍ଵତନ୍ତ୍ର ଭାରତେ

  ସମର୍ଥ କିଏ ହେବ ବର୍ଣିବା ନିମନ୍ତେ,

ମନ୍ତ୍ର ଅହିଂସାର ଗୁଞ୍ଜନ ପରା ଭାଇ ବିଶ୍ବରେ

  ଗର୍ବିତ ଏ ଦେଶ ହିଁ ତାହାରି ନିମନ୍ତେ।

     ବିଶ୍ବ ଗୁରୁ ପରି ହିଁ ସମ୍ମାନ,

  ତାହାରି ଯୋଗୁଁ ଆଜି ଏ ବିଶ୍ବେ ମହାନ।


ଯୁବ ଓ ଯୁବତୀ ଦିନରାତି କର୍ତ୍ତବ୍ୟ ପଥରେ

   ଆତ୍ମବିଶ୍ୱାସ ଯହିଁ ଗୁଞ୍ଜନ ରାଷ୍ଟ୍ରର,

ଉନ୍ନତି ପଥରେ ପରା ଶାନ୍ତିର ରାଷ୍ଟ୍ର ଆମର

  ଗୌରବରେ ପୁରିଛି ରାଷ୍ଟ୍ର ହିଁ ଯହିଁର।

    ରାଷ୍ଟ୍ର ପ୍ରତି ପ୍ରେମ ହିଁ ତହିଁ,

   ଭାରତେ ନଜର ଏବେ ବିଶ୍ବର ଯହିଁ।


ଲେଖୁଛି ଭାରତ ନୂଆ ଇତିହାସ ହିଁ ରାଷ୍ଟ୍ରର

   ଗର୍ବିତ କରୁଛି ଯହିଁ ସ୍ବାଧୀନ ଦେଶ,

 ଡିଜିଟାଲ ଯହିଁ ସବୁହିଁ ଏଠିର କାମ କାର୍ଯ୍ୟ

   ଦେଉଛି ସମ୍ମାନ ଯହିଁ ଆମରି ଦେଶ।

     ଭ୍ରଷ୍ଟାଚାରୀ ରେ ଚିନ୍ତିତ,

  ଦୂର ଜାତିପ୍ରଥା ତାର ଉନ୍ନତି ନିତ୍ୟେ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract