Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ନାରୀର ଅଜସ୍ର ସପନ

ନାରୀର ଅଜସ୍ର ସପନ

1 min
263



ଗୋଟିଏ ଭଲ ଝିଅ, ଭଲ ସ୍ତ୍ରୀ, ଭଲ ବୋହୂ, 

ଭଲ ଭଉଣୀ ଓ ଭଲ ମାଆ, 

ନାରୀ ସଦା ଚେଷ୍ଟିତ କିପରି ତୁଲାଇ ସେ 

ସରବ ଦାୟିତ୍ୱ, ହୋଇବ ଠିଆ |୧|


ଚେଷ୍ଟିତ ଆପଣାପଣର ମିଠା ଆବେଶରେ 

ସରବଙ୍କୁ ସେ କିପରି ବାନ୍ଧିବ

ହୃଦୟର ମଧୁ ବାଣ୍ଟି ଗୋଟିଏ ମଧୁର ବ୍ୟକ୍ତିତ୍ୱ 

ହିସାବରେ ସିଏ ଉଭା ହେବ |୨|


ମନେ ଥାଏ ନାରୀଟିଏର ଅସୁମାରୀ ପ୍ରୟାସ 

ମଧୁମୟ ଦୁନିଆଁକୁ ନିଠେଇ ଦେଖିବାକୁ

ସକାରତ୍ମକତାର ମନ୍ତ୍ରରେ ବାସ୍ନାୟିତ କରିବାକୁ 

ଚାହେଁ ସଭିଙ୍କର ହୃଦୟକୁ |୩|


ଦୁନିଆ ଦାଣ୍ଡରେ ଭର୍ତ୍ତି ହୋଇ ରହି ଥାଏ ତାର 

ଆଖିରେ ମନରେ ଅଜସ୍ର ସପନ

ତା କଳାତ୍ମକତା ସକାରତ୍ମକତାକୁ ନଷ୍ଟ କରି 

ଦିଏ ପୁରୁଷର ପ୍ରଦୂଷିତ ମନ |୪|


ପୁରୁଷ ପ୍ରାଧାନ୍ୟ ଅଭିମାନ ସମ ପାଷାଣ

ଜଗତେ ଆଉ କିଛି ମିଳିବ ନାହିଁ

ମାତ୍ରାରେ ଅଳପ ହେଲେ ଚଳି ଯାଇ ହେବ

ଅତି ମାତ୍ରାରେ ସ୍ତ୍ରୀ ସହିବ ନାହିଁ |୫|


ନିଶା କବଳରୁ ମୁକୁଳି ଆସିବା ଚାହିଁଲେ

ନିହାତି ସହଜ କାମ

କିନ୍ତୁ ବହୁ କଷ୍ଟ ସେ ଅଭିମାନ ହାତୁ ମୁକୁଳି, 

ପାଳିବା ମାନବ ଧର୍ମ |୬|



Rate this content
Log in

Similar oriya poem from Abstract