STORYMIRROR

Pratima Satpathy

Abstract

4  

Pratima Satpathy

Abstract

ଯଶୋଦା ରାଣୀର ଦୁଃଖ.

ଯଶୋଦା ରାଣୀର ଦୁଃଖ.

1 min
254


ମୟୂର ଚୁଳିଆ, କାଇଁଚ ମାଳିଆ

   ନନ୍ଦସୂତ କଳା କାହ୍ନୁ

ଧନୁ ଯାତ୍ରା ଦେଖି ଯିବ, ଅକ୍ରୁରକୁ

  ପଠାଇଛି କଂସ ମାମୁଁ ।


ନନ୍ଦକୁ ବାରତା ଦେଇଛି ପଠାଇ

  ରାମ କୃଷ୍ଣ ଯିବେ ବୋଲି

ଗୋପରେ ଭାଳେଣି ପଡ଼ିଅଛି ଆଜି

   ଗୋପୀ ଗୋପାଳ ଙ୍କ ମେଳି ।


ମୁଣ୍ଡେ ହାତ ଦେଇ ବସିଛି ଯଶୋଦା

  କଣ କରିବ ସିଏ

ନୟନ ପିତୁଳା, ଘରୁ ଚାଲିଗଲେ

ଅଝଟ କରିବ କିଏ ।


କାହାକୁ ଖୋଇବ ଲବଣୀ ଓ ସର

  କା ମୁଣ୍ଡେ ବାନ୍ଧିବ ଚୂଳ

ଗୋରଚନା ଚିତା ଦେବ କା ଲଲାଟେ

  ଆଖିରେ ଦେବ କଜଳ ।


ମହାପ୍ରତାପି କଂସା ସୂର୍ ଅଟଇ  

    ସମସ୍ତେ ଡରନ୍ତି ତାକୁ

କେଉଁ ଉଦ୍ଦେଶ୍ୟରେ ମୋ ଦୁଇ ପୁଅଙ୍କୁ

 ଡକାଇଛି ମଥୁରାକୁ ।


ଏହି କଥା ସବୁ ଭାବି ନନ୍ଦରାଣୀ

  ନୟନୁ ଗଡାଏ ନୀର

ନନ୍ଦକୁ କହୁଛି, ପୁଅଙ୍କୁ ନେଇଣ

  ଛାଡ଼ିଯିବା ଗୋପ ପୁର ।


ମଥୁରା ନ ଛାଡ଼ ପୁଅଙ୍କୁ ମୋହର

  ପଡୁଛି ତୁମ ଚରଣେ

ମାରିଦେବ ନେ଼ଇ ମୋ ଦୁଇ କୁମର

  ମନ୍ଦ ପାଞ୍ଚି ଅଛି ମନେ ।


ନନ୍ଦ କହନ୍ତି ଯଶୋଦା ମୁଖ ଚାହିଁ

   ଜାଣିନୁ କଂସ ପ୍ରତାପ

ଆଦେଶ ଅମାନ୍ୟ କରିଲେ ତାହାର

   ନାଶ କରିଦେବ ଗୋପ ।


ଆମେ ବରଂ କଷ୍ଟ ସହି ରହିଯିବା

   ଅନ୍ୟକୁ ନ ଦେବା ଦୁଃଖ

ଆମର ଦୁଃଖକୁ ବିନାଶ କରିବେ

  ପ୍ରଭୂ ଶ୍ରୀ କଳା ଶ୍ରୀମୁଖ ।


Rate this content
Log in

Similar oriya poem from Abstract