STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଟଙ୍କା

ଟଙ୍କା

1 min
336


ଟଙ୍କା ନାହିଁ ବୋଲି ମୁଖ୍ଯ ଅତିଥିଟେ

ସଭାରେ ହୋଇ ପାରିନି

ଗାଆଁର ମୁଖିଆ କିଏ ବା କରିବ

ଟଙ୍କା ତ ଦେଇ ପାରୁନି।

ସମାଜସେବକ ହୋଇ କି ପାରିବି

ଟଙ୍କା ମୋର ପାଖେ କାହିଁ

ରାଜନେତା ପାଇଁ ଚାହିଁଲେ କି ହେବ

ଭୋଟ ଦେବେ କି'ରେ କେହି?

ଗରିବର ବନ୍ଧୁ କେମିତି ହୋଇବି

ସାହାଯ୍ଯ ଦେବା ଅକ୍ଷମ

ଭଲ ମଣିଷଟେ କେମିତି ହୋଇବି

ଟଙ୍କା ବିନା ମନ ଭ୍ରମ।

ବାପା ମାଆଙ୍କର ଦାୟିତ୍ବ ନେବାରେ

ଅକ୍ଷମ ଆକାଶେ ଚାହିଁ

ପୁଅ ଓ ଝିଅଙ୍କୁ ଟଙ୍କା ନଦେବାରୁ

କାନ୍ଦି ମରୁଅଛି ମୁହିଁ।

ଟଙ୍କା ବିନା ମୁହିଁ ଶ୍ବଶୂରଙ୍କ ଘରେ

ଆଦରର ଜ୍ବାଇଁ ନାହିଁ

ଶଳା ଶାଳୀଙ୍କର ପ୍ରିୟ ଭିଣୋଇଟେ

ହୋଇ ନପାରିଛି ମୁହିଁ।

ଆତ୍ମୀୟସ୍ବଜନ ମୁହଁ ମୋଡୁଛନ୍ତି

ଟଙ୍କା ନଦେବାରୁ କିଛି

ଦାମୀ ମଣିଷ କି ଘନିଷ୍ଠ ବନ୍ଧୁଟେ

କିଏ ବା ପାରିବ ବାଛି?

ପତ୍ନୀଙ୍କ ପାଖରେ ଭଲ ସ୍ବାମୀ ନୁହେଁ

ସନ୍ତାନ ବାପା କି ଡାକେ

ଭକ୍ତିର ଭାବନା କାହାର ଆସେ କି

ସେ ପାଇଁ ମରୁଛି ଶୋକେ?

ଟଙ୍କା ମୋଟେ ଯଦି ପାଖରେ ନାହିଁଟି

ମୋର ପରି ହେବ ଭାଇ

ସମୟ ସହିତ ତାଳ ଦେବା ପାଇଁ

ରୋଜଗାର କର ଯାଇ।

ଭଲ ହେବା ପାଇଁ କର୍ମର ଅଧିନ

ଧର୍ମର ପଥକୁ ଧର

ନ ହେଲେ ଭାଇରେ ମୋ'ପରି ଆଖିରୁ

ଅନନ୍ତ ଝରିବ ଝର।

ମୋର ପରି ଦୁଃଖୀ ଜଗତ ଭିତରେ

କେହି ନହେବାକୁ ଆଜି

କୋଟି ନିବେଦନ କରୁଛି ସଭିଙ୍କୁ

ଟଙ୍କା ଆଣ ଯାଇ ଖୋଜି।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract