STORYMIRROR

Hrushikesh Satpathy

Abstract

4  

Hrushikesh Satpathy

Abstract

ଆତ୍ମାର ଅଭିଷେକ

ଆତ୍ମାର ଅଭିଷେକ

1 min
388

ମୁଁ...

ବାଟୋଇ....

ବାଟ ମୋର 

ଜନ୍ମଠାରୁ ମୃତ୍ୟୁଯାଏ ।

ଅବିଶ୍ରାନ୍ତ ପଥଧାର....

ଅପରାହ୍ଣର ଅନ୍ତିମ ସୋପାନ...

ଦୁର୍ଗମ ପଥରେ ଯାଉ ଯାଉ...

ମୃତ୍ୟୁର କରାଳ କୋଳ ପହଞ୍ଚି

ଦେଖା ହୁଏ ଈଶ୍ୱରଙ୍କ ସଙ୍ଗେ... !!


ଈଶ୍ୱର... !

ଏତେ ସନ୍ନିକଟ...

ମୁଁ ହିଁ ଦୂରତ୍ୱ ଭିତରେ,

ଦୂରେଇ ଯାଇଥିଲି ତାଙ୍କଠାରୁ....

ସଂକୀର୍ଣ୍ଣତା,ଅହେତୂକ ସ୍ୱାର୍ଥ ପାଇଁ...

"ଜଞ୍ଜାଳ" ଆଉ "ସଂସାର"ର ଦ୍ୱାହୀ ଦେଇ.... !!


ଭୁଲି ଯାଇଥିଲି,

ଅନୁଭବ ଭିତରେ ହିଁ ସିଏ...

ଅସହାୟ ପାଇଁ 

ବିଶ୍ୱାସ ଓ ଭରସା...

ବିଶ୍ୱାସହନ୍ତା ପାଇଁ...

ଅପଲକ ଅବିଶ୍ୱାସ !!


ଅହମିକାରେ 

ଡୁବି ଯାଇଥିଲି... ।

ଗର୍ବ କରୁଥିଲି... 

ମୋର ନିଜରମାନଙ୍କୁ ନେଇ...

ବନ୍ଧୁ,ପରିଜନଙ୍କୁ ନେଇ,

ନଭଶ୍ଚୁମ୍ବୀ ଅଟ୍ଟାଳିକାକୁ ନେଇ...

ମୋର ନିଜସ୍ୱ ପ୍ରତିଭାକୁ ନେଇ.... !!!


କିନ୍ତୁ କାହିଁ... ?

ନିଜର ମାନେ ଅଧରାସ୍ତାରେ,

ଏକୁଟିଆ କରି ରହିଗଲେ....

ସେମାନେ ନିଜର କେବେବି ନଥିଲେ,

ଅଟ୍ଟାଳିକା ମାଟିର,ମାଟିରେ ରହିଲା..

ପ୍ରତିଭା,ସମ୍ମାନ ପରିସ୍ଥିତି ସହ ହଜିଗଲା....

ପରିବାର,ସ୍ତ୍ରୀ,ସନ୍ତାନ,

ହୃଦୟର,ହୃଦୟ ଭିତରେ ରହିଗଲେ,

ମୋ' ଶରୀର ପାଉଁଶ ହୋଇଗଲା...


କିନ୍ତୁ,

ରହିଲା କେବଳ

ମୋର ଅବିଚ୍ଛେଦ୍ୟ ଆତ୍ମା...

ଈଶ୍ୱରଙ୍କ ନିୟନ୍ତ୍ରଣରେ...

ଈଶ୍ୱରଙ୍କ ଅକ୍ତିଆରରେ....

ଈଶ୍ୱରଙ୍କ ସଂରକ୍ଷଣରେ...... !!!

ସ୍ଥୂଳ ସ୍ୱରୂପର ସୂକ୍ଷ୍ମ ଅଣୁ ହୋଇ !!!

ତାହାହିଁ ମହା ପ୍ରୟାଣ....

ଆତ୍ମାର ଅଭିଷେକ....

ସର୍ବତ୍ର,ସେଇ ଗୋଟାଏ ସତ୍ତା...

ଈଶ୍ୱର ! ଈଶ୍ୱର !! ଈଶ୍ୱର !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract