ଖୋଜେ ମୋର ପରିଚୟ
ଖୋଜେ ମୋର ପରିଚୟ


କେତେ ଅନୁରାଗ , କେତେ ଅନୁନ୍ବୟ
କେତେ ଅଭିମାନ, କେେତ ଅଭିନୟ
ତଥାପି କାହିଁକି ମୁଁ, ଖୋଜେ ମୋର ପରିଚୟ ?
କାହାର ଜନନୀ, କାହାର ଦୁହିତା
କାହାର ଭଗିନୀ ,କାହାର ଭାର୍ଯ୍ୟା
ତଥାପି କାହିଁକି ମୁଁ , ଖୋଜେ ମୋର ପରିଚୟ ?
କିଏ କହେ ସର୍ବସଂହା, କିଏ ପୁଣି ଶକ୍ତିମୟୀ
ପୁଣି ପୁରାଣରେ ଦେବୀ ରୂପେ ପୂଜନୀୟା
ତଥାପି କାହିଁକି ମୁଁ, ଖୋଜେ ମୋର ପରିଚୟ ?
କାହା ପାଇଁ ଢାଳେ କରୁଣା ର ବାରି
ଜଳିଯାଏ କାହା ପାଇଁ ଜ୍ବାଳାମୁଖୀ ପରି
ନାହିଁ ମୋର ସରି, ମୁଁ ଅଟେ ନାରୀ
ତଥାପି କାହିଁକି ମୁଁ,ଖୋଜେ ମୋର ପରିଚୟ ?