STORYMIRROR

Bhubaneswari Mishra

Abstract Inspirational

4  

Bhubaneswari Mishra

Abstract Inspirational

ଖୋଜେ ମୋର ପରିଚୟ

ଖୋଜେ ମୋର ପରିଚୟ

1 min
103

କେତେ ଅନୁରାଗ , କେତେ ଅନୁନ୍ବୟ 

କେତେ ଅଭିମାନ, କେେତ ଅଭିନୟ 

ତଥାପି କାହିଁକି ମୁଁ, ଖୋଜେ ମୋର ପରିଚୟ ?


କାହାର ଜନନୀ, କାହାର ଦୁହିତା 

କାହାର ଭଗିନୀ ,କାହାର ଭାର୍ଯ୍ୟା 

ତଥାପି କାହିଁକି ମୁଁ , ଖୋଜେ ମୋର ପରିଚୟ ?


କିଏ କହେ ସର୍ବସଂହା, କିଏ ପୁଣି ଶକ୍ତିମୟୀ 

ପୁଣି ପୁରାଣରେ ଦେବୀ ରୂପେ ପୂଜନୀୟା 

ତଥାପି କାହିଁକି ମୁଁ, ଖୋଜେ ମୋର ପରିଚୟ ?


କାହା ପାଇଁ ଢାଳେ କରୁଣା ର ବାରି 

ଜଳିଯାଏ କାହା ପାଇଁ ଜ୍ବାଳାମୁଖୀ ପରି 

ନାହିଁ ମୋର ସରି, ମୁଁ ଅଟେ ନାରୀ 

ତଥାପି କାହିଁକି ମୁଁ,ଖୋଜେ ମୋର ପରିଚୟ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract