କାହିଁକି??
କାହିଁକି??
ମନ ଆକାଶରେ
ଆଜି ଉଙ୍କିମାରେ
ଅନେକ ପ୍ରଶ୍ନ
କିନ୍ତୁ ସବୁ ପ୍ରଶ୍ନ
ହୁଏ ନିରୁତ୍ତର
କାହିଁକି??
ପିଲା ଦିନ କଥା ସବୁ
ସ୍ମୃତି ହୋଇ ରୁହେ
ମନ ଡାଏରୀ ରେ
ପୁଣି ଫେରି ହୁଏନି
ସେ ପିଲାଦିନକୁ
କାହିଁକି??
ପୁୁନେଇ ପରବରେ
ଆମ ପାଇଁ ନୂଆ ଡ୍ରେସ୍ ଆଣନ୍ତି
କିନ୍ତୁ ନିଜ ପାଇଁ ନୁହଁ
ଆମ ଆଗେ ହସୁଥାନ୍ତି
ହେଲେ ଲୁଚି ଲୁଚି କାନ୍ଦନ୍ତି
କାହିଁକି??
ରୋଷେଇ ବେଳରେ
କେତେ ଥର ଯେ ହାତ ପୋଡିଯାଏ
ହେଲେ ପୋଡା ରୁଟି କାହାକୁ ଦିଏନି
ଆମ ଦୁଃଖ ସେ ସହିପାରେନି
ନିଜେ ଅସହ୍ୟ ଯନ୍ତ୍ରଣା ସହିଥାଏ
କାହିଁକି??
ରାକ୍ଷୀ ପୁନେଇ ଓ ଖୁଦୁରୁକୁଣୀ ରେ
ଭାଇ ର ମଙ୍ଗଳ
କାମନା କରେ ଭଉଣୀ
ହେଲେ ସବୁ ଭଉଣୀ ଭାଗ୍ୟ ରେ
ଭାଇ ନଥାଏ
କାହିଁକି??
ଭଲପାଇବା ନାଁ ରେ କେହି
ଛଳନା କରନ୍ତି
ମିଛ ପ୍ରେମ କୁ ସତ ମଣନ୍ତି
ସତ ପ୍ରେମ କୁ
ଦୂରେଇ ଦିଅନ୍ତି
କାହିଁକି??
କେତେ ଯେ ସ୍ବପ୍ନ
ଦେଖିଥାଏ ଏ ଆଖି
ପୂରା କରିବାକୁ ଚାହିଁଲେ ବି
କିଛି ସ୍ବପ୍ନ ଅଧା ରହିଯାଏ
କାହିଁକି??
