STORYMIRROR

Bhubaneswari Mishra

Abstract

4  

Bhubaneswari Mishra

Abstract

କାହିଁକି??

କାହିଁକି??

1 min
420

ମନ ଆକାଶରେ

ଆଜି ଉଙ୍କିମାରେ 

ଅନେକ ପ୍ରଶ୍ନ 

କିନ୍ତୁ ସବୁ ପ୍ରଶ୍ନ 

ହୁଏ ନିରୁତ୍ତର 

କାହିଁକି??


ପିଲା ଦିନ କଥା ସବୁ

ସ୍ମୃତି ହୋଇ ରୁହେ 

ମନ ଡାଏରୀ ରେ 

ପୁଣି ଫେରି ହୁଏନି 

ସେ ପିଲାଦିନକୁ 

କାହିଁକି??


ପୁୁନେଇ ପରବରେ 

ଆମ ପାଇଁ ନୂଆ ଡ୍ରେସ୍ ଆଣନ୍ତି 

କିନ୍ତୁ ନିଜ ପାଇଁ ନୁହଁ 

ଆମ ଆଗେ ହସୁଥାନ୍ତି 

ହେଲେ ଲୁଚି ଲୁଚି କାନ୍ଦନ୍ତି 

କାହିଁକି??


ରୋଷେଇ ବେଳରେ

କେତେ ଥର ଯେ ହାତ ପୋଡିଯାଏ 

ହେଲେ ପୋଡା ରୁଟି କାହାକୁ ଦିଏନି 

ଆମ ଦୁଃଖ ସେ ସହିପାରେନି 

ନିଜେ ଅସହ୍ୟ ଯନ୍ତ୍ରଣା ସହିଥାଏ 

କାହିଁକି??


ରାକ୍ଷୀ ପୁନେଇ ଓ ଖୁଦୁରୁକୁଣୀ ରେ 

ଭାଇ ର ମଙ୍ଗଳ 

କାମନା କରେ ଭଉଣୀ 

ହେଲେ ସବୁ ଭଉଣୀ ଭାଗ୍ୟ ରେ 

ଭାଇ ନଥାଏ 

କାହିଁକି??


ଭଲପାଇବା ନାଁ ରେ କେହି 

ଛଳନା କରନ୍ତି 

ମିଛ ପ୍ରେମ କୁ ସତ ମଣନ୍ତି 

ସତ ପ୍ରେମ କୁ 

ଦୂରେଇ ଦିଅନ୍ତି 

କାହିଁକି??


କେତେ ଯେ ସ୍ବପ୍ନ 

ଦେଖିଥାଏ ଏ ଆଖି 

ପୂରା କରିବାକୁ ଚାହିଁଲେ ବି 

କିଛି ସ୍ବପ୍ନ ଅଧା ରହିଯାଏ 

କାହିଁକି??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract