STORYMIRROR

Bhubaneswari Mishra

Abstract

3  

Bhubaneswari Mishra

Abstract

ପ୍ରୟାସ

ପ୍ରୟାସ

1 min
56

ଜୀବନ ର ପ୍ରତିଟି କ୍ଷଣରେ

ପ୍ରତି ମୁହୁର୍ତ୍ତରେ ଚାଲେ ଏଠି ପ୍ରୟାସ ....

କେବେ ଜୀବନକୁ ଜୀଇଁ ବାର ପ୍ରୟାସ ତ ...

କେବେ ମୃତ୍ୟୁ ସହ ସଂଘର୍ଷ ର ପ୍ରୟାସ। 

ନିତି ଚାଲେ ଏଠି ହସି ହସେଇବାର ପ୍ରୟାସ ,

ପୁଣି ଲୁହ କୁ ଲୁଚାଇ ହସିବାର ପ୍ରୟାସ। 

କେବେ ଚାଲେ ମିଛ ପ୍ରେମ କୁ ସତ କରିବାର ପ୍ରୟାସ ତ ...

କେବେ ସତ ପ୍ରେମରେ ଛଳନା ଭରିବାର ପ୍ରୟାସ। 

ସଭିଏଁ କରନ୍ତି ଏଠି ଜିତିବାର ପ୍ରୟାସ ,

ଅନେକ ବି କରିଥାନ୍ତି ହରାଇବାକୁ ପ୍ରୟାସ। 

ମୁଁ ବି କରିଥାଏ ନିରନ୍ତର ପ୍ରୟାସ ,

ବଞ୍ଚି ପୁଣି ବଞ୍ଚେଇବାର ପ୍ରୟାସ। 

ଅଧା ଲେଖା କାହାଣୀ କୁ ଲେଖିବା ର ପ୍ରୟାସ ,

ଭାବହିନ କବିତା ରେ ଭାବ ଭରିବାର ପ୍ରୟାସ। 

କେବେ ପୁଣି ଅବୁଝା ମନ କୁ ବୁଝେଇବାର ପ୍ରୟାସ ତ....

କେବେ ଅଧା ଗଢା ସ୍ବପ୍ନ କୁ ପୂରା କରିବାର ପ୍ରୟାସ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract