STORYMIRROR

Bhubaneswari Mishra

Others

3  

Bhubaneswari Mishra

Others

ଜହ୍ନ ରାଇଜ

ଜହ୍ନ ରାଇଜ

1 min
331

ଆଖିରେ ଆଖିଏ ସ୍ୱପ୍ନ ନେଇ 

ଇଚ୍ଛା ହୁଏ ଉଡି ବୁଲିବାକୁ 

ସେ ଜହ୍ନ ରାଇଜରେ, 

ନା ଅଛି ସେଠି ଦୁଃଖ 

ନା ଅଛି କ୍ଳେଶ 

ଅଛି ସେଠି ମୁକ୍ତା ଝରା ସୁଖ। 


ମନରେ ଅନେକ ଆଶା ନେଇ 

ଇଚ୍ଛା ହୁଏ ଉଡି ବୁଲିବାକୁ 

ପରୀଟିଏ ପରି 

ନା ଅଛି ସେଠି ଅମାନୁଷିକତା 

ନା ଅଛି ଅନ୍ୟାୟର ଛିଟା

ଅଛି ସେଠି ପ୍ରେମ ଓ ମାନବିକତା ।


ଆଞ୍ଜୁଳାରେ ଆଞ୍ଜୁଳାଏ ସ୍ମୃତି ନେଇ 

ଇଚ୍ଛା ଘର ତୋଳିବାକୁ 

ସେ ଜହ୍ନ ରାଇଜରେ 

ନା ଅଛି ସେଠି ଭେଦ ଭାବ 

ନା ଅଛି ଘୃଣା, ରାଗ 

ଅଛି ସେଠି ଶାନ୍ତି ଆଉ ସମ୍ମାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍