ସ୍ବପ୍ନ
ସ୍ବପ୍ନ


ବିଳମ୍ବିତ ରାତିର ଅନ୍ଧକାର
ଅନ୍ଧାର ଭିତରେ ଆଖି ଦ୍ବୟର କଥୋପକଥନ,
ହେଲେ ଏ କ'ଣ ?
ଅଗଣିିିତ ସ୍ବପ୍ନ ମାନଙ୍କ ନିତି କୋଳାହଳ
ସାଉଁଁଟିବାକୁ ଚାହିଁଁଲେ ବି ସାଉଁଟି ପାରେନି ।
ସ୍ବପ୍ନ, ସ୍ବପ୍ନରେ ଖୋଜି ବୁଲେ ବାସ୍ତବତାକୁ,
ହେଲେ, ସ୍ବପ୍ନ କ'ଣ କେବେ ସତ ହୁଏ?
ମରିଚୀକା ପଛେ ଧାଇଁଲେ,
କ'ଣ ତୃଷା ନିବାରଣ ହୁଏ ?
ହେଲେ,
ସ୍ବପ୍ନ ସହ ସଂପର୍କ ଯେ ଏତେ ନିବିଡ଼
ଚାହିଁଲେ ବି ଦୂରେଇ ହୁଏନି,
ଏଇ ସ୍ବପ୍ନ ଓ ବାସ୍ତବର ଲୁଚକାଳିରେ,
କେତେେବେଳ ଯେ,
ସ୍ବପ୍ନ ହଜିଯାଏ, ରାତି ସରିଯାଏ
ଆଉ ସ୍ବପ୍ନ, ସ୍ବପ୍ନରେ ହିଁ ରହିଯାଏ ।