STORYMIRROR

Prasanna Kumar Das

Abstract

3  

Prasanna Kumar Das

Abstract

ଵର୍ଷା

ଵର୍ଷା

1 min
174

ବୈଶାଖ ଜ୍ୟେଷ୍ଠରେ ଗ୍ରୀଷ୍ମ ଋତୁ ଦହେ ମହୀ ।

ଆଷାଢ଼ ଶ୍ରାଵଣେ ବର୍ଷା ବାରି ବରଷଇ ।।

ଶରତ ଋତୁ ଭାଦ୍ରବ ଆଶ୍ବୀନରେ ଆସେ ।

ନିର୍ମଳ ନଭ ଜଗତେ ବିମଳ ପ୍ରକାଶେ ।।

କାର୍ତ୍ତିକ ମାର୍ଗଶିରରେ ହେମନ୍ତ ଆସଇ ।

ମୁକ୍ତାପ୍ରଭ ଶିଶିର ଧରାରେ ପରଷଇ ।।

ପୁଷ ମାଘ ମାସେ ଶୀତ ହୁଅଇ ପ୍ରବଳ ।

ଲତା ପାଦପ ପ୍ରାଣୀଏ ହୁଅନ୍ତି ବିକଳ।।

ଋତୁରାଜ ବସନ୍ତ ଫାଲଗୁନ ଚୈତ୍ରେ ଆସି ।

ଵହେ ମଳୟ ସମୀର କୁସୁମ ବିକଶି।।

ଗ୍ରୀଷ୍ମ ପ୍ରଚଣ୍ଡ ପ୍ରଭାଵେ ବିଷର୍ଣ୍ଣ ଧରଣି।

ସୁଖିଯାଏ ଵାମ୍ଫି ଝର ସରିତା ସରଣୀ ।।

ପ୍ରାଣୀ ଉଦ୍ଭିଦ ଜଗତେ ପଡେ ହା'ହା'କାର ।

ଵରଷା ହୁଏ ଭରଷା ଜୀଵ ଜଗତର।।

ବର୍ଷାଋତୁ ଜଗତର ମଙ୍ଗଳକାରକ।

ହୁଅଇ ତୃଷାର୍ତ୍ତ ଶୁଷ୍କ ଜୀବନ ରକ୍ଷକ।।

ଶରତ ହେମନ୍ତ ଶୀତ ବସନ୍ତ ପ୍ରଭାବ।

ଗ୍ରୀଷ୍ମ ବର୍ଷା ଋତୁ ହେତୁ ହୁଅନ୍ତି ସମ୍ଭବ।।

ଵରଷକ ଵାର ମାସେ ହୁଏ ଛଅ ଋତୁ।

ଋତୁଚକ୍ର ପ୍ରକୃତିର ବିବର୍ତ୍ତନ ହେତୁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract