ଆସ ହେ ସୂର୍ଯ୍ୟ ଉଇଁ
ଆସ ହେ ସୂର୍ଯ୍ୟ ଉଇଁ
ଦିବ୍ୟ ସୁଷମାର ଅରୁଣିମା ବୁଣି
ଆସ ହେ ସୂର୍ଯ୍ୟ ଉଇଁ
ଭରି ଯାଉ ପ୍ରାଣେ ନବ ଉନ୍ମାଦନା
ଭବ୍ୟ ଏ ଭୂମି ଛୁଇଁ l
ପ୍ରଶମିତ ହେଉ ଦୁଃଖ ଯନ୍ତ୍ରଣା
ପ୍ରାଣେ ପ୍ରାଣେ ଭରି ଖୁସି
ପ୍ରତିଟି ଅନ୍ତରେ ଓଁକାର ଶୁଭୁ
ପରମାତ୍ମା ସଙ୍ଗେ ମିଶି l
ଚିନ୍ତା ଚେତନାରେ ଊର୍ଦ୍ଧ୍ଵମୁଖୀ ହେଉ
ଦେଶସେଵା ଜାତିକଥା
ମରଣ ଦୁଆରେ ମଡ଼ା ବି ଗାଇବ
ବନ୍ଦେ ଭାରତମାତା ।
ଶତ ଉନ୍ମୁଖ ହେଉ ଏ ପ୍ରତ୍ୟୁଷ
ଉଦୟ ତପନ ସମ
କର୍ତ୍ତବ୍ୟ ଆହ୍ୱାନେ ଆଳସ୍ୟକୁ ତେଜି
କରିଯିବା ସତ କର୍ମ l
କର୍ମହିଁ ପ୍ରଗତି ଚିରନ୍ତନ ସାଥୀ
ଗତି ମୁକ୍ତିର ଧାରା
କର୍ମ ବିନା ଏଠି କିଏବା ଲଭିଛି
ଶାନ୍ତି ଏ ବିଶ୍ୱ ସାରା l
