STORYMIRROR

Geetanjali Prusty

Inspirational

4  

Geetanjali Prusty

Inspirational

ବାଢୁଛି ଏ ମାଟି କୋଟି ସଲାମ

ବାଢୁଛି ଏ ମାଟି କୋଟି ସଲାମ

1 min
397


ଭାରତ ମାତାର ଶ୍ରେଷ୍ଠ ସନ୍ତାନ
ସୀମାରେ କରୁଛ ମହା ସଂଗ୍ରାମ
ତୁମ ବୀରତ୍ୱକୁ ମଥାନତ କରି
ବାଢୁଛି ଏ ମାଟି କୋଟି ସଲାମ

 ଶତ୍ରୁ ଶିବିରେ ଅଚିରେ ପଶି
 ଧ୍ବଂସ କରିଛ ତାହାର ଖୁସି
 ପାକିସ୍ତାନ ଆଜି ପ୍ରମାଦ ଗଣୁଛି
ଗୋଟି ଗୋଟି ଆଡା ପଡୁଛି ଖସି

 ପ୍ରତିହତ କରି ଯୁଦ୍ଧାସ୍ତ୍ର ଯନ୍ତ୍ର
 ଗାଆରେ ଦମ୍ଭେ ବିଜୟ ମନ୍ତ୍ର
 ଜଳ, ସ୍ଥଳ ପୁଣି ଆକାଶ ବାହିନୀ
ସୁରକ୍ଷା କରିଛ ଏ ଗଣତନ୍ତ୍ର

ଅରାତି ନାଶିଛ ସୀମାରେ ଆଜି
 ଯୁଦ୍ଧ ଦୁନ୍ଦୁଭି ଉଠୁଛି ବାଜି
 ପଛ ଘୁଞ୍ଚା ନାହିଁ ବୀରର ଜାତକେ
 ମାରିବ ଶତ୍ରୁକୁ ତ୍ରିପୁର ଖୋଜି

 ଧର୍ମ ଆମର ଶିଖାଇ ଦେଇଛି
 ଉଦାରତା କେତେ ସଂଭ୍ରମେ ତୋଳିଛି
 ଅନ୍ୟାୟ ଅନୀତି ସହିବ ନାହିଁ ସେ
 ସାର୍ବଭୌମତ୍ତ୍ୱର ବାନା ଧରିଛି

 ଅରାତି ଶିବିରେ ତାଣ୍ଡବ ରଚି
 ଆକାଶ ବାହିନୀ ଦର୍ପେ ଦେଖୁଛି
 ଭାରତମାତାର କୃତୀ ସନ୍ତାନ
 ତୁମ ପଛେ ସାରା ଦେଶ ଟା ଅଛି

 ଧନ୍ୟ ହେ ବୀର ଧନ୍ୟ ଯବାନ
 ତୁମ ସହ କିଏ ହେବ ସମାନ ତୁମେ
ଏ ଦେଶର ନୟନ ପିତୁଳା
 ତୁମକୁ ଲାଗିଲା ଦେଶର ମାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational