Win cash rewards worth Rs.45,000. Participate in "A Writing Contest with a TWIST".
Win cash rewards worth Rs.45,000. Participate in "A Writing Contest with a TWIST".

Anita Dash

Abstract Inspirational Others


4  

Anita Dash

Abstract Inspirational Others


🌞ସୁନ୍ଦର ସକାଳ🌞

🌞ସୁନ୍ଦର ସକାଳ🌞

1 min 386 1 min 386


ସିନ୍ଦୁରା ଫାଟିଲେ ପୂରୁବ ଆକାଶେ

ଦୂରେ ଧାଏଁ ତମ ରାହୁ,

ଚିକିମିକି ଵାଳ ସୂରୁଯ କିରଣ

ଢାଳେ ମିଠା ମିଠା ମହୁ I [୧]


ଶାନ୍ତ ତଟିନୀର କାଚକେନ୍ଦୁ ଜଳ

ଦରପଣେ ମୁହଁ ଦେଖି ,

ଆପଣାର କାନ୍ତି ପରଶଂସୀ ରବି

ମନେ ମନେ ହୁଏ ଖୁସି I [୨]


ମନ୍ଦ ମନ୍ଦ ଛୁଇଁ ଫୁଲେଇ ପବନ

ଚହଲାଇ ଦିଏ ମନ,

ପାଣିରେ ଖେଳାଇ ପୁଲକ ଲହରୀ

ଆନ୍ଦୋଳିତ ନଦୀ ପ୍ରାଣ I [୩]


ସୁନ୍ଦର ସବୁଜ ଘାସ ଗାଲିଚାରେ

କାକର ବିନ୍ଦୁ ମୁକୁତା,

ସୂରୁଯ କିରଣ ଝଲସାଇ କେତେ

ଉକୁଟି ଉଠୁଛି ଆଭା । [୪]


ଚହଲା ପାଣିରେ ସୁନେଲି କିରଣ

ଖେଳେ ଲୁଚକାଳି ଯହିଁ,

ରୂପେଲୀ ଶାଢୀରେ ସୁନେଲି ପଣତ

ଅପରୂପା ଦିଶେ ନଈ । [୫]


ଟଗର ମନ୍ଦାର କନିଅର ଚମ୍ପା

କଳିର କବାଟ ଖୋଲି,

ବାଳ ସୂରୁଯର କିରଣେ ଗାଧୋଇ

ହସୁଛନ୍ତି ଖିଲି ଖିଲି । [୬]


ଦୂର ପହାଡର ଝଙ୍କା ଉହାଡରୁ

ଉଡିଆସି କେତେ ପକ୍ଷୀ,

ନଦୀ ତୀରେ ବସି ମନ ମତାଣିଆ

ସଙ୍ଗୀତ କେତେ ପରଶି । [୭]


ହାଲୁକା ପବନ ପରଶେ ଶିହିରୀ

କୁସୁମ ପଲ୍ଲବ ଦୋଳେ,

ମଧୁର ମହକ ଖେଳି ଖେଳି ଯାଏ

ଭ୍ରମର ଭ୍ରମଇ ଭୋଳେ। [୮]


ସୁନ୍ଦର ସକାଳ ମନରେ, ସତେଜ

ଭାବନାଟି ଦିଏ ଆଣି,

ନୂତନ ଆଶାର ଇନ୍ଦ୍ରଧନୁ ରଙ୍ଗ

ସପନରେ ଦିଏ ବୁଣି । [୯]

**************************


Rate this content
Log in

More oriya poem from Anita Dash

Similar oriya poem from Abstract