STORYMIRROR

Sunanda Mohanty

Abstract Others

3  

Sunanda Mohanty

Abstract Others

ନକଡାଉନ ପାଇଁ ଲକଡାଉନ

ନକଡାଉନ ପାଇଁ ଲକଡାଉନ

1 min
242


ରାଜ୍ୟର ନୁହେଁ କି ଦେଶର ନୁହେଁ 

ବିଶ୍ୱର ବଡ ବିପତ୍ତି 

ଭଗବାନ ପରା ମର୍ତ୍ତ୍ୟ ଅବତାରେ 

ଶିଖିବା ବିପଦ ଟାଳିବା ନୀତି 

ଅଚାନକ ବର୍ହିଶତ୍ରୁ ପାଇଁ 

ନିଜକୁ ନିଜେ କରିବା ପ୍ରସ୍ତୁତି 

ଜଗନ୍ନାଥ ସେତ ଜଗତର ନାଥ 

ଲକଡାଉନ ହେଇଥିଲେ 

ବଢ଼ାଇ ଶାରୀରିକ ଉର୍ଜ୍ଜା ଶକ୍ତି 

ସ୍ୱୟଂ ଭଗବାନଙ୍କ ସେବକମାନେ 

ବାଇଶି ଥର କଲେ ପ୍ରଭୁଙ୍କୁ 

ସ୍ଥାନାନ୍ତୀକରଣ ନୀତି, ରଖି ପ୍ରୀତି 

ତାଙ୍କୁ ନିଦର୍ଶନ କରି ହୋଇ ସନମୋହନ 

ଆଠ ଦିନର ଲକଡାଉନ କୁ ଦେବା ସ୍ୱୀକୃତି 

ଶ୍ରୀକ୍ଷେତ୍ର, ଗୁରୁବାଈଗଡ଼, ପାତାଳି ଇତ୍ୟାଦି ଠାରେ 

ଏକଶହ ଚଉରାଳିଶ ବର୍ଷ ପ୍ରଭୁ ହେଲେ ଯଦି ଗୁପ୍ତି 

ମଣିଷଛାର ଛାଟିପିଟି ଅସ୍ତବେସ୍ତ ଲାଗିଲେ ବି 

ମନକୁ ସାନ୍ତ୍ୱନା ଦେଇ ଛଅ ମାସ ରେ 

ପାଇଯିବା କାଳେ ମୁକ୍ତି 

ଅଣସର ଘରେ ସ୍ୱୟଂ ଜଗନ୍ନାଥ 

ପାଳନ୍ତି ଯେମିତି ନୀତି କାନ୍ତି 

କାଶ ଥଣ୍ଡା ଛିଙ୍କ ଜ୍ବରରେ 

ନକରିବାକୁ ଭକ୍ତକୁ ସମ୍ପୃକ୍ତି 

ଜୀବନ ହେଉ ଧନ୍ୟ ଅବେଳେ ନହୋଇ ଇତି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract