STORYMIRROR

Sanuja Meghamala

Abstract

3  

Sanuja Meghamala

Abstract

ମହାବାହୁ

ମହାବାହୁ

1 min
251


ଭକତ ଙ୍କ ଭିଡ଼ ଗହଳ ଚହଳ 

   ଶୁଣା ଯାଉନାହିଁ କିଛି

କି ଲୀଳା ଲଗାଏ କିବା ତାର ଇଚ୍ଛା

 କେହି ତ ପାରେନି ବୁଝି ।


କରି କରାଉଚି ସବୁ ତା ଭିଆଣ

 ଜାଣିବ କେମିତି କିଏ,

ପଥର ଭସେଇ ସୋଲ ବୁଡେଇବ

 ଅଜବ ନାଉରୀ ସିଏ ।

 

ମଉନେ ବସିଚି  ମନୁଆ କାଳିଆ

  ଭାଙ୍ଗିବ କିଏ ତା ମାନ

ଭାବ ବିନୋଦିଆ ଠାକୁର ପରା ସେ

 ଭାବେ ବାନ୍ଧି ଦିଅ ମନ ।


 ତା ଚକାନୟନେ ଲୟ ରଖି ଥିଲେ

   ସବୁ କଷ୍ଟ ହରି ନେବ

ନୀଳ ଚକ୍ରେ ବାନା ଉଡି ଫର ଫର

   ସଙ୍କଟ ଦୂରେଇ ଦେବ ।


ହୀରା ନିଳା ମୋତି  ମଣି ମୁକୁତା କି   

  ଲୋଡେନାହିଁ ସେ ବୈଭବ

ନିଜକୁ ସମର୍ପି ଦେଲେ ତା ପାଦରେ

    ସବୁଦୁଃଖ ଦୂର ହେବ..।

  

ମହାବିପତ୍ତି ରୁ ଉଦ୍ଧାର ପ୍ରଭୁ ହେ

 ଜଗତ କଲ୍ୟାଣ ହେଉ

ତୁମ୍ଭ ଯଶ କୀର୍ତ୍ତି ଜଗତେ ବ୍ୟାପିଛି

  ରକ୍ଷା କର ମହାବାହୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract