ଭାବ ଡୋର
ଭାବ ଡୋର
ଯେତେ ଦେଖୁଥିଲେ ମନ ଭରେ ନାହିଁ
ନିତି ଲାଗୁଥାଉ ନୂଆ
କି ମନ୍ତର ଜାଣୁ କଳା ଯାଦୁଗର
ଘଡିକେ କରୁ କିମିଆ ।
ବଡ ଦାଣ୍ଡେ ତୋର ପାଦ ପଡିଗଲେ
ମନଟା ହୁଏ ଅଧିର
ବାଇଶି ପାହାଚ ଚଢିଗଲା ପରେ
ଭୁଲିଯାଏ ଦୁଃଖ ମୋର ।
ବଡ଼ଦେଉଳରେ ଭକ୍ତଙ୍କ ଭିଡରେ
ଶ୍ରୀମୁଖକୁ ଦେଲେ ଚାହିଁ
ସ୍ବପ୍ନଟିଏ ଅବା ସତେ କି ଦେଖୁଛି!
ଏହି କଥା ଭାବୁ ଥାଇ ।
ମନ ମୋର ହୁଏ ତୋହରି ସମ୍ମୁଖେ
ନିତି ହେଉଥାନ୍ତି ଠିଆ
ତୋ ଆଖିରେ ଆଖି ମିଶେଇ କହନ୍ତି
ଆ ମୋ' ପାଖକୁ ଥରେ ଆ ।
ଭଲ ମନ୍ଦ ଛନ୍ଦ ନ ଜାଣଇ କିଛି
ବୁଝେ ନାହିଁ ପାପ ପୁଣ୍ୟ
ଛନ୍ଦାଚରଣ ହେ ତୋର ଭାବ ଡୋରେ
ବନ୍ଧା ମୋର ଏ ଜୀବନ ।।