STORYMIRROR

Bikesh Sahu

Classics

3  

Bikesh Sahu

Classics

ମୁଁ ମାନଗୋବିନ୍ଦ

ମୁଁ ମାନଗୋବିନ୍ଦ

1 min
13.2K


ମୁଁ ମାନଗୋବିନ୍ଦ

ସୂତ୍ରଧର ସେଇ ମହାଭାରତର

ପିତା ମୋର ଧୃତରାଷ୍ଟ୍ର ମାତା ମୋ ଗାନ୍ଧାରୀ

ଭ୍ରାତା ମୋର ଦୁଃଶାସନ ସଙ୍ଗେ ଶତ ଭାଇ

ମାମୁଁ ମୋ ସକୁନି

ମିତ୍ର ମୋର ଅଙ୍ଗ ରାଜ

ଗଦାଯୁଦ୍ଧେ ପାରଙ୍ଗମ ନୁହେଁ କେହୁ ତୁଳ

ମୁଁ ମାନଗୋବିନ୍ଦ

ସୂତ୍ରଧର ସେଇ ମହାଭାରତର..।।

ହଁ ମୁଁ ଅନ୍ୟାୟି ଅଧର୍ମୀ

ଅଟେ ମୁଁ ଖଳ ପ୍ରକୃତିର

ମୁଁ ହିଁ ଦେଇଥିଲି ଭୀମକୁ ବିଷଲଡୁ

ଝିମିଟି ଖେଳରୁ ସୃଷ୍ଟି କରିଥିଲି

ସେଇ ବିରାଟ ମହାଭାରତ

କୁଚକ୍ରି ମାମୁଁ ମନ୍ତ୍ରଣାରେ

ଖେଳି ଥିଲି କପଟ ପାସା କୁରୁସଭା ତଳେ

ଆଉ ଚାଖିଥିଲି ବିଜୟର ସ୍ୱାଦ

ପାଣ୍ଡବଙ୍କୁ ଦେଇ ବନବାସ

ମୁଁ ମାନଗୋବିନ୍ଦ

ସୂତ୍ରଧର ସେଇ ମହାଭାରତର....।।

ମୁଁ ହିଁ ତ ରଚିଥିଲି ପାଣ୍ଡବ ମୃତ୍ୟୁର

ଅସଂଖ୍ୟ କୁଚକ୍ରାନ୍ତ

ତୋଳି ଥିଲି ପୁରୋଞ୍ଚନ ପଣ୍ଡା ହାତେ

ଦିବ୍ୟ ମନୋରମ ଜତୁଗୃହ

ହରିଥିଲି ମାତୃତୁଲ୍ୟା ଦ୍ରୋପଦୀ ର ବସ୍ତ୍ର

ତା ପୁଣି କୁରୁସଭା ତଳେ

ଶତ ନୃପ ଯହିଁ ଥିଲେ ଉପଗତ

ନ ଥିଲା କି ସେ ଅନ୍ୟାୟ

ମୁଁ ମାନଗୋବିନ୍ଦ

ସୂତ୍ରଧର ସେଇ ମହାଭାରତର....।।


ବିକେଶ ସାହୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics