STORYMIRROR

Bikesh Sahu

Abstract Inspirational

3  

Bikesh Sahu

Abstract Inspirational

ସେ ଲଢ଼େ

ସେ ଲଢ଼େ

1 min
11.7K

ସେ ତ ବୁଝେନା 

କୋଉଟା ସ୍ଵପ୍ନ 

ଆଉ କୋଉଟା ବାସ୍ତବତା 

ଖାଲି ଯାହା ସେ ସ୍ଵପ୍ନ ବୁଣେ ।


ଫି’ ଦିନ ପାହାନ୍ତା ପହଁରୁ

ନଙ୍ଗଳ ମୁନରେ ଧରିତ୍ରୀକୁ ଚିରି 

ଲାଗି ପଡେ ସେ

ଘଟେଇବାକୁ ଶୀତଳ ଯୁଦ୍ଧ

ମାଟି, ପାଣି ଆଉ ପବନ ଭିତରେ । 


ମାଟିରେ ବଞ୍ଚେ, ମାଟିରେ ସଂଚେ 

ବଞ୍ଚି ବଞ୍ଚେଇବାର ସାମର୍ଥ୍ୟ

ସେଇ ମାଟିରେ ପୁଣି ସେ

ମୁଠା ମୁଠା ସ୍ଵପ୍ନ ବୁଣେ ।


ଯୋଉଠି ଲୁଚି ରହିଥାଏ 

କେତୋଟି ଭୋକିଲା ପେଟର ଭୋକ

ଅଣ୍ଟା ସଳଖି ଠିଆ ହେଇ ପାରୁ ନ ଥିବା 

ତା’ ମାଟି କୁଡିଆର ଭବିଷ୍ୟତ 


ସେଇଥି ପାଇଁ ତ ସେ ନିଗାଡ଼ି ଦିଏ

ତା ହାଡ଼ ମାଂସର କଙ୍କାଳସାର ଶରୀରରୁ

ବିନ୍ଦୁ ବିନ୍ଦୁ ରକ୍ତ 

ତା’ ସ୍ଵପ୍ନମାନଙ୍କ ଉପରେ । 


ସେଇ ବତୁରା ସ୍ଵପ୍ନ ସବୁକୁ 

ବାସ୍ତବର ରୂପ ଦେବାରେ 

ମାଟି ସହ ନିଜକୁ ମାଟି କରେ 

ପାଣି ସହ ନିଜକୁ ଗୋଳେଇ ଦିଏ 

ପବନରେ ନିଜକୁ ମିଳେଇ ଦିଏ 

ଗ୍ରୀଷ୍ମର ପ୍ରଚଣ୍ଡ ଖରାରେ

ପିଠି ଦେଖେଇ 

ଶ୍ରାବଣର ଝଡି ବର୍ଷାରେ

ନିଜକୁ ବତୁରେଇ 

ମାଘର ହାଡ ଭଙ୍ଗା ଶୀତରେ 

ମୁକୁଳା ଦେହକୁ ବରଫ କରି 

ସେ ଲଢେ 


କେବଳ ସେ ଲଢି ଚାଲେ 

ତା’ ବତୁରା ସ୍ଵପ୍ନ ସବୁର 

ସାର୍ଥକ ଆଶାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract