STORYMIRROR

Bikesh Sahu

Abstract

3.5  

Bikesh Sahu

Abstract

ମନେ ନାହିଁ

ମନେ ନାହିଁ

1 min
258

ଆଜି ଏହି ଦୈନ୍ୟ, ଲୁହ, ଭୋକର ଭୂଗୋଳେ

ନିଜ ହାତେ ନିଜ ଚିତା ଶମଶାନେ ଜାଳେ ।


ସମୟର ଶ୍ରେଷ୍ଠ ଉପହାର

ବିନା ପ୍ରାର୍ଥନାରେ ଏହି କରାଳ ଲଗନେ

ବାଢ଼ି ଦିଏ ମୋ ସମ୍ମୁଖେ ମୃତ୍ୟୁ ପ୍ରତୀକ୍ଷଣେ


ତୁମ ମୁହଁ ଆଉ କିବା ପଡ଼େ ମୋର ମନେ !


ତମେ ଆଜି ଲୁଚି ଗଲ, ଲୁଚି ଗଲ

ଶହ ଶହ ସଢ଼ା ଶବମାନଙ୍କ ମଧ୍ୟରେ

କୋଉ ଏକ ନୂଆ ପୃଥିବୀରେ ।


ଯେଉଁଠାରେ ତୁମେ ଖେଳ

ପ୍ରେମ, ଅଭିମାନ ଆଦି ମିଛ ଖେଳ

କେତେ ସହଜରେ, ଭାରି ନିବିଡ଼ରେ ।


ହେଲେ ମୋ ପୃଥିବୀ ଆଜି

ତୁମ ଠାରୁ ଭିନ୍ନ ସଖୀ

ଭାରି ଭିନ୍ନ ତୁମ ମିଛ ଲୁହ ଆଉ

ଅଭିମାନମାନଙ୍କର ଠାରୁ

ଯେଉଁଠାରେ ନିତ୍ୟ ଦେଖେ 

ବିଭତ୍ସ ବିଭତ୍ସ ମୃତ୍ୟୁ ପ୍ରତିଟି ସପନେ

ଲୁହ ଲୁଚେଇ ମୁଁ କାନ୍ଦେ ଏକାକୀ ଗୋପନେ 


ତୁମ ମୁହଁ ଆଉ କିବା ପଡ଼େ ମୋର ମନେ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract