STORYMIRROR

Bikesh Sahu

Abstract

3  

Bikesh Sahu

Abstract

ଅନ୍ୟ ଏକ ମୃତ୍ୟୁ

ଅନ୍ୟ ଏକ ମୃତ୍ୟୁ

1 min
192

ମୃତ୍ୟୁକୁ ମୋର ଡର ନାହିଁ

ହୋ ସାଆନ୍ତେ ।


ସେମିତି ବି

ମୋ ଆଶ୍ରିତମାନେ ଶୋଇଗଲେ

ଡିବିରି ଆଲୁଅରେ

ସେମାନଙ୍କ ଭୋକିଲା ପେଟ

ଆଉ ନିରସ ମୁହଁମାନଙ୍କୁ ଦେଖି


ବାରି ହୋଇ ପଡୁଥିବା ହାଡୁଆ

ଦେହର ହାଡ଼ ସବୁକୁ ଗଣି

ଲାଜ ଲୁଚୁ ନଥିବା ମୋ ରିମାର

ଚିରା ଫ୍ରକଟାର ଅବ୍ୟକ୍ତ ଅଭିମାନକୁ

ଛାତିରେ ଜାକି


ପୁଣି ଡାକ୍ତର ହେବାର ସ୍ୱପ୍ନ ଦେଖୁଥିବା

ମୋ ଗଗନାର ଇଞ୍ଚେ ଭିତରକୁ ଫସିଯାଇଥିବା

ନୈରାଶ୍ୟର ଆଖି ଯୋଡ଼ାକର 

ପ୍ରଶ୍ନ ବାଣରେ କ୍ଷତାକ୍ତ ହୋଇ


ସେତେବେଳେ ହିଁ ମୁଁ ମରି ସାରିଥାଏ

ରାତିର ଘନ ଘୋର ଅନ୍ଧାର ଭିତରେ ।


ତମେ ବା ଆଉ କୋଉ ମୃତ୍ୟୁ କଥା କୁହ ଯେ ??

ସେ ମୃତ୍ୟୁ କ'ଣ ୟା'ଠୁ ବି 

ଯନ୍ତ୍ରଣାଦାୟକ ହୋଇପାରେ !


ବରଂ ସେ ମୃତ୍ୟୁରେ ମୁକ୍ତି ଥାଏ

ସବୁ ବନ୍ଧନରୁ

କିନ୍ତୁ ଏ ମୃତ୍ୟୁରେ ପ୍ରତିକ୍ଷଣ ଜଳିବାକୁ ପଡେ 

ପ୍ରାଣ ଥାଇ ବି ଶବ ପରି ବଞ୍ଚିବାକୁ ହୁଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract