Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Abstract

4  

Madhusmita Prusty

Abstract

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ

1 min
228



ରାଜକୁଳେ ଜନ୍ମ ସୁକୁମାରୀ କନ୍ୟା

ବଢିଥିଲ ଯତନରେ,

ବ୍ରାହ୍ମଣଙ୍କ ପୁତ୍ର ପତିରୂପେ ବରି

ରହିଥିଲ ବନସ୍ତରେ |


ତପସ୍ୱିଙ୍କ ଠାରୁ ଜ୍ଞାନ୍ତ ହୋଇଥିଲା

ପତି ଆୟୁ ବିଷୟରେ,

ଏକବର୍ଷ ପରେ ମୃତ୍ୟୁ ହେବ ଜାଣି

ବରିଥିଲ ନିଶ୍ଚିନ୍ତରେ |


ସତ୍ୟବାନ ପତି ମା ସତୀ ସାବିତ୍ରୀ

ଧନ୍ୟ ତୁମ ପତିବ୍ରତ,

ସେବା ଯତ୍ନେ କେବେ କରିନାହଁ ଉଣା

ପ୍ରାଣ ସଦା ବ୍ୟାକୁଳିତ |


ରହିଥିଲ ସଦା ପତିଙ୍କ ପାଖରେ

ଛାଇ ପରି ନୀତି ଜଗି,

ପ୍ରତିଟି କର୍ମରେ ହସ୍ତେ ହସ୍ତ ରଖି

ହୋଇଥିଲ ସହଭାଗୀ |


ସମୟ ନିକଟ ହେଲା ଉପସ୍ଥିତ

କାଳଚକ୍ର ଯେ ନୀୟତି,

ବୃକ୍ଷର ଡାଳରୁ ତଳକୁ ଖସିଲେ

ସର୍ପ ଦଂଶନରେ କ୍ଷତି |


ଆସିଲା ସେବେଳ ପତିଙ୍କର କାଳ

ଯମ ନେଲେ ପ୍ରାଣ ହରି,

ସତୀତ୍ୱ ପଣରେ ଯମଙ୍କୁ ସନ୍ତୁଷ୍ଟି

ପାଇଥିଲ ପ୍ରାଣ ଫେରି |


ପ୍ରତି ପରୀକ୍ଷାରେ ଉତୀର୍ଣ୍ଣ ହୋଇଲ

ସତୀ ପଣେ ପତି ପାଇଁ,

ତୁମ ଯଶଗାନ ସଂସାରରେ ଖ୍ୟାତ

ଅମର ଯାଇଛି ହୋଇ |


ଆଜିବି ସାବିତ୍ରୀ ବ୍ରତ ପାଳୁଛନ୍ତି

ଘରେ ଘରେ ସୁହାଗିନୀ,

ପତିଙ୍କ ଦୀର୍ଘାୟୁ,ନିରୋଗତା ପାଇଁ

ନୀତି ନିୟମକୁ ମାନି |


ତୁମେ ଥିଲ ସତୀ ସେଥିପାଇଁ ପ୍ରାପ୍ତି

ପାଇଥିଲ ପତି ପ୍ରାଣ,

ତୁମ ଆଦର୍ଶରେ ଅନୁପ୍ରାଣ ହୋଇ

ସଧବା ନେଉଛି ପ୍ରଣ |


ମା ସତୀ ସାବିତ୍ରୀ ଚରଣେ ବିନତି

ଆଶୀର୍ବାଦ ମିଳୁଥାଉ,

ମୃତ୍ୟୁ ପରେ ରହୁ ମଥାରେ ସିନ୍ଦୁର

ଶଙ୍ଖା ମୋର ବଜ୍ର ହେଉ |


Rate this content
Log in

Similar oriya poem from Abstract