Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Tragedy

3  

Madhusmita Prusty

Tragedy

ଟଙ୍କା କେତେ ମୂଲ୍ୟବାନ

ଟଙ୍କା କେତେ ମୂଲ୍ୟବାନ

1 min
149



ଟଙ୍କା ନୁହେଁ ଏଠି ଭୁତ,ଭବିଷ୍ୟତ

ଟଙ୍କା ଅଟେ ବର୍ତ୍ତମାନ,

ଯାହା ପାଖେ ନାହିଁ ଧନର ଭୂଷଣ

ସିଏ ଅଟେ ମୂଲ୍ୟହୀନ ।


ନଥାଉ କାପାଖେ ଜ୍ଞାନର ଗାରିମା

ଅଜ୍ଞାନୀରେ ହେଉ ଗଣା,

ଟଙ୍କା ପାଖେ ଥିଲେ ମିଳେ ସନମାନ

ସମ୍ପର୍କ ନଥାଏ ଉଣା ।


ଟଙ୍କା ନାହିଁ ଯଦି ଉଚ୍ଚଶିକ୍ଷା ପାଇଁ

ବୁଲିବ ହୋଇ ବେକାର,

ଲାଞ୍ଚଦେବା ପାଇଁ ଟଙ୍କା ଯଦି ଅଛି

ମୂର୍ଖ ହେଲେବି ସ୍ୱୀକାର ।


ଯାହା ପାଖେ ଧନ ପାଏ ସନମାନ

ଜ୍ଞାନୀ ହୁଏ ହୀନିମାନ,

ଅଭଦ୍ର ହୁଅକି କୁସଂସ୍କାରି ହୁଅ

ଟଙ୍କା ଥିଲେ ବଢ଼େ ମାନ ।


ଯେତେବଡ଼ ଅପରାଧ କରିଥାଅ

ଧର୍ମଦାଣ୍ଡେ ହୋଇ ଦୋଷୀ,

ଟଙ୍କା ପାଖେ ଥିଲେ ସବୁ୍ଦୋଷ କ୍ଷମା

ନିର୍ଦୋଷୀ ପାଇବ ଫାସୀ ।


ଟଙ୍କା ପାଖେ ଥିଲେ ସମ୍ପର୍କ ମଧୁର

ଥାଉଯେ ଦୋଷ ହଜାର,

ଲୋକ ଦେଖାଣିଆ ପ୍ରଶଂସା ସାଉଁଟି

ଶତ୍ରୁକୁ କରେ ନିଜର ।


ଯେସନେ ପିମ୍ପୁଡ଼ି ଗୁଡ଼ ମାଠିଆର

ସମ୍ପର୍କରେ ଜଡ଼ସଡ଼,

ଟଙ୍କା ଯାହାପାଖେ ସଭିଏଁ ତାପାଖେ

ଯେସନେ ଶାଗୁଣା-ମଢ଼ ।


ଘୋର କଳିକାଳେ ସବୁକିଛି ଭୁଲି

ସର୍ବେ ଟଙ୍କାର ଅଧୀନ,

ଟଙ୍କା ପାଇଁ ଏଠି ନିଜ ଲୋକ ପର

ଟଙ୍କା କେତେ ମୂଲ୍ୟବାନ ।



Rate this content
Log in

Similar oriya poem from Tragedy