STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଅଫିସ

ଅଫିସ

1 min
184

ଘରର ମାୟା ସବୁ ଛାଡ଼ିଦେଇ ଆସିଛି

ଜଞ୍ଜାଳ ଯେତେକ ଘୋଡେଇ ରଖି ଆସିଛି

ପେଟ ପାଇଁ ବିକି ଦେଇଛି ଆତ୍ମା

ଘଣ୍ଟାକଣ୍ଟାର ଚାବିରେ ଯୋଡି ଦେଇଛି

ମୋ ଦିନଚର୍ଯ୍ୟାର ବ୍ୟସ୍ତ ସୋପାନ

ମୋର ଏବେ ଶାନ୍ତିଭଙ୍ଗ କରନା

ମୁଁ ଏବେ ଅଫିସ ରେ ଅଛି। 


ଅଫିସରଙ୍କ ତାଗିଦ ତଳେ

ଲୁଚିଛି ଫାଇଲ ସବୁର ଗତି

ଅଧଃସ୍ତନ ଉପରେ ରାଗ ସୁଝେଇ

ପ୍ରକାଶ କରିବି ନିଜ କର୍ତ୍ତବ୍ୟ ବୋଧ

ଦରକାର ବେଳେ ହାତ ମଳି କରୁଥିବି

ଅଭିନୟ ଚାଟୁକାରର ବେଶରେ।

ଯାହା କଥା ବାକି ଅଛି କରିବି ନିଶ୍ଚୟ

କିନ୍ତୁ ଛୁଟି ହେଲା ପରେ 

ମୋର ଏବେ ଶାନ୍ତିଭଙ୍ଗ କରନା

ମୁଁ ଏବେ ଅଫିସ ରେ ଅଛି। 


ଏ ବି ମୋ ଆଉ ଗୋଟେ ଘର

ଏଠି ମୋର ଦ୍ଵିତୀୟ ସଂସାର

ଏଇ ଘରୁ ମିଳୁଥିବା ତେଲ ଉପାର୍ଜନେ

ଚାଲିଛି ମୋ ପ୍ରଥମ ସଂସାର। 

ଏବେ ତେଣୁ ବିରତି ଦିଅ ମୋତେ

ନିବୃତ ହୁଅ ମୋର ଦିଶାଭ୍ରଷ୍ଟ ପାଇଁ

କର୍ତ୍ତବ୍ୟ ମୋ ଅନେକ ପଡିଛି

ସାରିଦେଇ ଗଲେ ବୁଝିବି ମୁଁ ଘର କଥା ସବୁ

ଯେତେ ଯାହା ବାକି ରହିଛି

ମୁଁ ଏବେ ଅଫିସ ରେ ଅଛି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract