STORYMIRROR

Anupama Sahu

Abstract

4  

Anupama Sahu

Abstract

ଏଇମିତି ଆମ ସଂପର୍କ

ଏଇମିତି ଆମ ସଂପର୍କ

1 min
221

ଆମେ ଯେତେ ଏଠି ଗଢିଛନ୍ତି 

ନିିିଜ ନିଜ ସପନର ନୀଡ 

କେତେ ସୋହାଗରେ ସଜାଇ ଦିଅନ୍ତି 

ଭଲ ପାଇବାର ଟୁକୁରା କାଠି କୁୁୁଟା ଦେଇ 

ଆତ୍ମୀୟତାର ଉଷୁମ ପରଶରେ 

ସଭିଙ୍କର ସୁଖ ଦୁଃଖ ବାଣ୍ଟି ନେଉଥାନ୍ତି 

ହସର ସୋରିଷ ମଞ୍ଜି ବିିିଞ୍ଚି  ବିଞ୍ଚି 

ଅନାଗତକୁ ରାସ୍ତା ବତେଇ ଦିିିଅନ୍ତି 

ଜଣାପଡେ ନାହିଁ କେତେବେଳେ

ଦିିିନ ସରି ରାତି ଆସିିିଯାଏ 

ପୁୁଣି ଏକ ସକାଳର ମଧୁର ପ୍ରତୀକ୍ଷା ।

ଜୀବନର ସବୁ ଅଧ୍ୟାୟ 

ଏଇମିତି ଘଟଣା ବହୁଳ 

କେତେ ରାଗ,ମାନ,ଅଭିମାନର ସମାବେଶ

କେତେ ମୁୁହଁ ଫୁଲା

ପୁୁଣି ହାତ ତାଳି ମାଡ 

ସଂକୀର୍ଣ୍ଣ ପରିସର ବନି ଯାଏ 

କଳ୍ପନା ର ବିସ୍ତୃତ  ପାହାଡ, 

ଚାରି ପଟେ ଯା'ର ଆମ ସଭିଙ୍କର  କଳରୋଳ 

ସବୁ ଚିଜ ପରି ଏ ଚିଜ  ବି 

ହାତଛଡା ହେବ 

ସ୍ମୃତି ର ବସାଘର ଚାରିପଟେ ଅଳନ୍ଧୁ ଜମିବ 

ଖାଲି ଯାହା ଆମ " ସଂପର୍କ "

ରଖିଯିିିବ କେଉଁ ନିଭୃୃୃତ ସତ୍ତାରେ 

ଅଭୁଲା ଓ ଅବିିିସ୍ମରଣୀୟ 

କିିଛି ତାଜା ପାଦ ଚିହ୍ନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract