ଏଇମିତି ଆମ ସଂପର୍କ
ଏଇମିତି ଆମ ସଂପର୍କ
ଆମେ ଯେତେ ଏଠି ଗଢିଛନ୍ତି
ନିିିଜ ନିଜ ସପନର ନୀଡ
କେତେ ସୋହାଗରେ ସଜାଇ ଦିଅନ୍ତି
ଭଲ ପାଇବାର ଟୁକୁରା କାଠି କୁୁୁଟା ଦେଇ
ଆତ୍ମୀୟତାର ଉଷୁମ ପରଶରେ
ସଭିଙ୍କର ସୁଖ ଦୁଃଖ ବାଣ୍ଟି ନେଉଥାନ୍ତି
ହସର ସୋରିଷ ମଞ୍ଜି ବିିିଞ୍ଚି ବିଞ୍ଚି
ଅନାଗତକୁ ରାସ୍ତା ବତେଇ ଦିିିଅନ୍ତି
ଜଣାପଡେ ନାହିଁ କେତେବେଳେ
ଦିିିନ ସରି ରାତି ଆସିିିଯାଏ
ପୁୁଣି ଏକ ସକାଳର ମଧୁର ପ୍ରତୀକ୍ଷା ।
ଜୀବନର ସବୁ ଅଧ୍ୟାୟ
ଏଇମିତି ଘଟଣା ବହୁଳ
କେତେ ରାଗ,ମାନ,ଅଭିମାନର ସମାବେଶ
କେତେ ମୁୁହଁ ଫୁଲା
ପୁୁଣି ହାତ ତାଳି ମାଡ
ସଂକୀର୍ଣ୍ଣ ପରିସର ବନି ଯାଏ
କଳ୍ପନା ର ବିସ୍ତୃତ ପାହାଡ,
ଚାରି ପଟେ ଯା'ର ଆମ ସଭିଙ୍କର କଳରୋଳ
ସବୁ ଚିଜ ପରି ଏ ଚିଜ ବି
ହାତଛଡା ହେବ
ସ୍ମୃତି ର ବସାଘର ଚାରିପଟେ ଅଳନ୍ଧୁ ଜମିବ
ଖାଲି ଯାହା ଆମ " ସଂପର୍କ "
ରଖିଯିିିବ କେଉଁ ନିଭୃୃୃତ ସତ୍ତାରେ
ଅଭୁଲା ଓ ଅବିିିସ୍ମରଣୀୟ
କିିଛି ତାଜା ପାଦ ଚିହ୍ନ ।
